Babusan Mohanty: ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ

babusan mohanti_actor
Share this:

ବଡଖବର

  • ଓଡିଆ ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଭୁବନେଶ୍ଵର: Odia actor Babusan Mohanty goes to High court ଆଜି ବୁଧବାର ଓଡିଆ ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅଭିନେତା ବାବୁସାନ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଅଭିନେତା ବାବୁସାନ ଭୁବନେଶ୍ଵର ବିମାନବନ୍ଦରକୁ ଯାଉଥିବା ବେଳେ ରାଜଧାନୀରେ ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା। ସ୍ତ୍ରୀ ତୃପ୍ତି ବାବୁସାନ୍‌ଙ୍କ ନାଁରେ ଦଫା ୪୯୮(କ) ଏବଂ ୫୦୬ରେ ମାମଲା ଦାୟର କରିଥିଲେ। ତେବେ ବାବୁସାନ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ ହାଇକୋର୍ଟରେ ଆବେଦନ କରିଛନ୍ତି। ଘଟଣା ପରେ ପ୍ରକୃତି ମିଶ୍ର ଓ ବାବୁସାନ୍‌ ଚେନ୍ନାଇ ଚାଲି ଯାଇଥିଲେ। ପ୍ରକୃତି ତାଙ୍କ ପରିବାର ସହ ମଙ୍ଗଳବାର ଭୁବନେଶ୍ୱର ଫେରିଥିବା ବେଳେ ଆଜି ବୁଧବାର ବାବୁସାନ ଫେରିଛନ୍ତି।

Read Also | Covid Cases in Odisha: ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୧୧୭୪ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *