CHSE Results: ପ୍ରକାଶ ପାଇଲା +2 Science ଓ Commerce ରେଜଲ୍ଟ, ୮ ରେ Arts ରେଜଲ୍ଟ

chse result 2022
Share this:

ଭୂବନେଶ୍ଵର: CHSE science and commerce annual examination result 2022 ଆଜି ବୁଧବାର ପ୍ରକାଶ ପାଇଛି ଓଡ଼ିଶା ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ (+2 Science and Commerce Result)। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Sameer Ranjan Dash) ପରୀକ୍ଷାଫଳ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ +୨ ବିଜ୍ଞାନରେ ୯୪.୧୨ ପ୍ରତିଶତ, ବାଣିଜ୍ୟରେ ୮୯.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ମୋଟ୍ ପାସ୍ ହାର ୯୪.୧୨ ପ୍ରତିଶତ। ଅର୍ଥାତ ୭୬,୬୦୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୭୨,୧୦୬ ପାସ୍ କରିଛନ୍ତି। ଏଥିମଧ୍ୟରୁ ୪୫,୫୮୭ ଛାତ୍ର ପାସ୍ କରିଥିବାବେଳେ ୩୨,୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ http://orissaresults.nic.in ସାଇଟରେ  ଦେଖିପାରିବେ।

ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ୍‍ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ। କଳାରେ ୨ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୭ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ରହିଛନ୍ତି। ଏଥର ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି। ମୂଲ୍ୟାୟନ ଲାଗି ୧୨ ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଥିଲା। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲାଗିବା ସହ ଇ-ମୂଲ୍ୟାୟନ କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଥିଲା।

ଆସନ୍ତା ଅଗଷ୍ଟ ୮ରେ ଯୁକ୍ତ ଦୁଇ କଳା (+2 Arts) ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

Read Also | OJEE 2022 Result: ପ୍ରକାଶ ପାଇଲା OJEE 2022 ପରୀକ୍ଷାଫଳ

Share this:

Leave a Reply

Your email address will not be published. Required fields are marked *