Odisha: ସାରା ରାଜ୍ୟରେ ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ

Share this:

କଟକ:ରାଜ୍ୟରେ କରୋନା (Corona) ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ସବୁ ରେକର୍ଡ ଭାଙ୍ଗିଛି। ସାରା ରାଜ୍ୟରେ ଆସନ୍ତା ସୋମାବାର ୩ ତାରିଖଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରଠାରୁ ଦୋକାନ ବଜାର ବନ୍ଦ୍‍ ରହିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ଶୁକ୍ରବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମହାସଂଘ ଏହି ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବା ସୂଚନା ଦିଆଯାଇଛି। ଏ ବିଷୟରେ ମହାସଂଘର ସଂପାଦକ ସୂଚନା ଦେଇଛନ୍ତି।

ସେହିପରି ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ କଟକ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନ ବଜାରକୁ ଆସନ୍ତା ୩ ତାରିଖ ସୋମବାର ଠାରୁ ଦିନ ୨ଟାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ନିଗମ କମିଶନର୍‍ ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଦିନ ୨ଟା ପରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ସେହିପ ରି ମାଲଗୋଦାମ ଓ ଛତ୍ରବଜାରରେ ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରକ୍ରିୟା ବନ୍ଦ ରହିବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କଟକ ସହରରେ ଏହି କଟକଣା ଲାଗୁ ରହିବ ବୋଲି କମିସନର କହିଛନ୍ତି।

Also Read | Covid-19 Odisha:ରାଜ୍ୟରୁ ଆଜି କରୋନାରେ ଆଉ ୧୧ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୦୫୪

Share this:

Leave a Reply

Your email address will not be published. Required fields are marked *