Covid-19 Angul: ଅନୁଗୁଳ ଜିଲ୍ଲାରୁ ଆଜି ସର୍ବାଧିକ ୬୦୨ଜଣ କରୋନା ପଜିଟିଭ ଚିହ୍ନଟ, ବଢିଲା ଚିନ୍ତା

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ କରୋନା ତାର ଗତି ତୀବ୍ର କରିଛି।  ଲଗାତାର ଅଧିକରୁ ଅଧିକ କରୋନା ସଂକ୍ରମିତ (Corona ) ଚିହ୍ନଟ ହୋଇଛନ୍ତି। ଆଜି ରେକର୍ଡ ସଂଖ୍ୟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୦୨ଜଣ କରୋନା ପଜିଟିଭ। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ହଜାର ୨୯୪ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୪ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୦୨ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୭୫ଜଣ, ଅନୁଗୋଳ ପୌରାଞ୍ଚଳରୁ ୬୪ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୬୧ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୫୯ଜଣ, କିଶୋରନଗର ବ୍ଳକ୍ ଅଂଚଳରୁ ୫୫ଜଣ, ଅନୁଗୁଳ ବ୍ଳକ୍ ଅଂଚଳରୁ ୫୫ଜଣ, ତାଳଚେର ପୌରାଞ୍ଚଳରୁ ୫୯ଜଣ, ପାଳଲହଡା ବ୍ଳକ  ଅଂଚଳରୁ ୪୪ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୧ଜଣ ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୭ଜଣ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଏବଂ ତାଳଚେର କୋଭିଡ଼ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୧୪୮ଜଣ ସୁସ୍ଥ ହୋଇଥିବାର ଜଣାପଡିଛି।

ସେହିପରି ଆଜି ଅପରାହ୍ନରେ ଜିଲ୍ଲାପାଳ ତାଂକ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ସଂକ୍ରମିତମାନଂକୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଗତକାଲି ତାଳଚେର କୋଭିଡ ହସପିଟାଲକୁ ପୁଣି ଖୋଲାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଆଜି ୩ ଜଣ କରୋନା ରୋଗୀକୁ ଏହି ହସିପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆକ୍ରାନ୍ତମାନଂକୁ କୋଭିଡ ହସପିଟାଲକୁ ନେବା ଆଣିବା ନିମନ୍ତେ ଛେଣ୍ଡିପଦା ଓ ବଅଁରପାଳ ବ୍ଲକକୁ ୨ଟି ବୋଲେରୋ ଗାଡି ଦିଆଯାଇଛି। କରୋନା ଆକ୍ରାନ୍ତମାନଂକ ଚିକିତ୍ସା ନିମନ୍ତେ ପ୍ରତି ଡାକ୍ତରଖାନା ଓ କୋଭିଡ କେୟାର ସେଣ୍ଟରକୁ ଆବଶ୍ୟକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେବାକୁ ଜିଲ୍ଲାପାଳପା  ପରାମର୍ଶ ଦେଇଛନ୍ତି। ଏହାଛଡା ସମ୍ପ୍ରତି କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ସଂକ୍ରମିତମାନଂକୁ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାରେ କାର୍ଯ୍ୟରତ ସ୍ଵାସ୍ଥ୍ୟକର୍ମୀ, ଡାକ୍ତର ଓ ଅଧିକାରୀମାନେ ସଦର ମହକୁମା ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ କଡା ନିର୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶ ଓ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

amazon-adv

Related Post : Talcher Covid Hospital: MCL ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କୋଇଲା ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

Share this: