Talcher Covid Hospital: MCL ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କୋଇଲା ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

Share this:

ତାଳଚେର: ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ (Covid-19) ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲ (MCL Hospital) କୁ କୋଭିଡ଼୍ ହସ୍ପିଟାଲ (Covid Hospital) ରେ କାର୍ଯ୍ୟକ୍ଷମ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ (PM Narendra Modi) ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Prahlad Joshi) ଜୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)।  ।

ଜିଲ୍ଲାରେ କୋଭିଡର ପ୍ରଥମ ଲହରି ବେଳେ ତାଳଚେର ସ୍ଥିତ ଏମସିଏଲ୍‌ ହସ୍ପିଟାଲ ୧୪୪ ଶଯ୍ୟା ବିଶିଷ୍ଟ ଏବଂ ୬ଟି ଆଇସିୟୁ ୟୁନିଟ୍ ସହ କୋଭିଡ୍‌ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା। ବର୍ତମାନ ସମୟରେ କରୋନା ପରିସ୍ଥିତି ବ୍ୟାପକ ହେଉଥିବାରୁ ଏହି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରାଗଲେ କୋଭିଡ୍ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି। ଏମଏସଏଲର ଏହି ପଦକ୍ଷେପ ଦ୍ୱାରା ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଞ୍ଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।

Related Post | ତାଳଚେର ସ୍ଥିତ MCL ହସ୍ପିଟାଲକୁ କୋଭିଡ୍‍ ହସ୍ପିଟାଲ କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୂଚନାଯୋଗ୍ୟ ଏମସିଏଲ ହସ୍ପିଟାଲ କୁ କୋଭିଡ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି।  

ସେହିପରି ଦେଶରେ ଇସ୍ପାତ ଉଦ୍ୟୋଗ ୧୦ହଜାର ଅକ୍ସିଜେନ୍‍ ସଂଯୁକ୍ତ ଶଯ୍ୟା ପ୍ରସ୍ତୁତ କରୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। କରୋନା ମହାମାରୀର ମୁକାବିଲା ଦିଗରେ ଇସ୍ପାତ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଗତକାଲି ଇସ୍ପାତ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ଏକ ବିସ୍ତୃତ ବୈଠକରେ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଇସ୍ପାତ ଉଦ୍ୟୋଗର ସହଯୋଗରେ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ୫ହଜାର ଅକ୍ସିଜେନ୍‍ ସଂଯୁକ୍ତ ଶଯ୍ୟା ପ୍ରସ୍ତୁତ କରାଯାଉଛି। ସେହିପରି ଘରୋଇ ଇସ୍ପାତ ଶିଳ୍ପଗୁଡ଼ିକ ପକ୍ଷରୁ ମଧ୍ୟ ୫ହଜାର ଶଯ୍ୟା ପ୍ରତିଷ୍ଠା ହେବ ବୋଲି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି।

mcl covid hospital

ଷ୍ଟିଲପ୍ଲାଣ୍ଟରୁ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣକୁ ବଢ଼ାଇବା ତଥା ପ୍ଲାଣ୍ଟରୁ ହସ୍ପିଟାଲଗୁଡ଼ିକୁ ସିଧାସଳଖ ଅକ୍ସିଜେନ୍‍ ଯୋଗାଇବା ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ସେ ଇସ୍ପାତ ଶିଳ୍ପର ମୁଖ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅକ୍ସିଜେନ୍‍ ସଂଯୁକ୍ତ ଶଯ୍ୟା ସହ ବୃହତ୍‍ କୋଭିଡ କେୟାର ସୁବିଧା ନିର୍ମାଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

Also Read |Corona Vaccine: ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ପାଇଁ ଟୀକା, ପ୍ରଥମେ ପାଇବେ ଅନ୍ତଦୋୟ କାର୍ଡଧାରୀ, ତାପରେ BPL ଏବଂ ଶେଷରେ APL

Share this:

Leave a Reply

Your email address will not be published. Required fields are marked *