ତାଳଚେର ସ୍ଥିତ MCL ହସ୍ପିଟାଲକୁ କୋଭିଡ୍‍ ହସ୍ପିଟାଲ କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ଅନୁଗୁଳ: ଗତ କିଛିଦିନ ଲଗାତାର ଭାବେ ଅନୁଗୁଳ (ଅନଗୁଳ) ଜିଲ୍ଲାରେ ବୃଦ୍ଧି ପାଉଛି କରୋନା (Corona) ମାମଲା।  ଆଜି ମଧ୍ୟ ଅନୁଗୁଳ ଜିଲ୍ଲାରୁ ୧୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାଳଚେର (Talcher) ସ୍ଥିତ ଏମସିଏଲ୍ ହସ୍ପିଟାଲ (MCL Hospital)କୁ କୋଭିଡ଼ ହସ୍ପିଟାଲ (Covid Hospital) ଭାବେ କାର୍ଯ୍ୟ କରାଯିବା ସହ ଏଥିରେ ଆଇସିୟୁ (ICU) ସୁବିଧା ଓ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan), କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Coal Minister Prahalad Joshi) ଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

Related Post | Covid-19 Angul Updates: ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୫୦ଜଣ କରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ କୋଭିଡର ପ୍ରଥମ ଲହରି ବେଳେ ତାଳଚେର ସ୍ଥିତ ଏମସିଏଲ୍‌ ହସ୍ପିଟାଲ ୧୪୪ ଶଯ୍ୟା ବିଶିଷ୍ଟ ଏବଂ ୬ଟି ଆଇସିୟୁ ୟୁନିଟ୍ ସହ କୋଭିଡ୍‌ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା। ବର୍ତମାନ ସମୟରେ କରୋନା ପରିସ୍ଥିତି ବ୍ୟାପକ ହେଉଥିବାରୁ ଏହି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରାଗଲେ କୋଭିଡ୍ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

mobile

ଏଠାରେ ଜରୁରୀକାଳୀନ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲରେ ଆଇସିୟୁ ସୁବିଧା ସହ କୋଭିଡ୍ ହସ୍ପିଟାଲ ଭାବେ ଘୋଷଣା କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

Also Read | Free Covid Vaccine: ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ବିହାର ପରେ ବର୍ତ୍ତମାନ କେରଳରେ ମିଳିବ ସମସ୍ତଙ୍କୁ କରୋନା ମାଗଣା ଟୀକା

Share this:

Leave a Reply

Your email address will not be published. Required fields are marked *