Free Covid Vaccine: ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ବିହାର ପରେ ବର୍ତ୍ତମାନ କେରଳରେ ମିଳିବ ସମସ୍ତଙ୍କୁ କରୋନା ମାଗଣା ଟୀକା

Share this:

ନୂଆଦିଲ୍ଲୀ:କରୋନା ଭୁତାଣୁ (Corona Virus) ର ଦ୍ୱିତୀୟ ତରଙ୍ଗ ଭାରତରେ ହଇଚଇ ସୃଷ୍ଟି କରିଛି। ସଂକ୍ରମଣ ହେତୁ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଦେଶରେ ଏହି ମାରାତ୍ମକ ସଂକ୍ରମଣ କେତେ ଶୀଘ୍ର ବ୍ୟାପୁଛି ତାହା ପଜିଟିଭ ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।  

ଆସାମ

କେନ୍ଦ୍ର ସରକାର ଟିକାକରଣ ବୟସ ସୀମା ୧୮ ବର୍ଷକୁ ହ୍ରାସ କରିଛନ୍ତି। ଏହା ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ କୋଭିଡ ନିୟନ୍ତଣ ଦିଗରେ ଆସାମ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ରାଜ୍ୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ଟିକା। ସେଥିପାଇଁ ରାଜ୍ୟ ସରକାର ଟିକା ନିର୍ମାତା ଭାରତ ବାୟୋଟେକକୁ ୧ କୋଟି ଡୋଜ ପ୍ରତିଷେଧକ ଟିକା କୋଭାକ୍ସିନ ଯୋଗାଇବାକୁ ଅର୍ଡର ଦେଇଛନ୍ତି।  

ଉତ୍ତର ପ୍ରଦେଶ

ଉତ୍ତର ପ୍ରଦେଶ (Uttar Pradesh) ର ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାର କରୋନା ଟୀକାକରଣ ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଯୋଗୀ ସରକାର ମେ ୧ରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ କୋଭିଡ-୧୯ ଟିକା ମାଗଣାରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟର ଅନଲାଇନ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଯୋଗୀ କ୍ୟାବିନେଟ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ କୋଭିଡ ଟିକା ଦେବା ପାଇଁ ଅନୁମତି ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛି। ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କୋଭିଡର ଉନ୍ନତ ପରିଚାଳନାରେ ସହାୟକ ହେବ ଏବଂ ଏକ ବଡ଼ ଧରଣର ଟୀକାକରଣ କାର୍ଯ୍ୟକ୍ରମ କରୋନା ଭୂତାଣୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।

ଛତିଶଗଡ

ସେପଟେ ଛତିଶଗଡ (Chhattisgarh) ପାଇଁ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ଛତିଶଗଡରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ କରୋନା ଟିକା ଦିଆଯିବ।  ରାଜ୍ୟରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟୀକାକରଣ କରାଯିବ ବୋଲି ସିଏମ୍ ଭୁପେଶ ବାଘେଲା (Bhupesh Baghela) ଘୋଷଣା କରିଛନ୍ତି। କାହାଠାରୁ ଟଙ୍କା ସଂଗ୍ରହ କରାଯିବ ନାହିଁ। କଂଗ୍ରେସ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ସିଏମ ଭୁପେଶ ବାଗେଲ କହିଛନ୍ତି ଯେ ସେ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଭୁପେଶ ବାଗେଲ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଠାରୁ ସର୍ବାଧିକ ପରିମାଣର ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ମଧ୍ୟପ୍ରଦେଶ

ବର୍ତ୍ତମାନ ମଧ୍ୟପ୍ରଦେଶ (Madhya Pradesh) ସରକାର ମଧ୍ୟ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।  ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ (Shivraj Singh Chouhan) ସରକାର ଘୋଷଣା କରିଛନ୍ତି ଯେ କରୋନା ଟିକା ରାଜ୍ୟରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯିବ।

ବିହାର

ବିହାର (Bihar) ସରକାର ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ଦେବେ। ଏ ନେଇ ଟ୍ୱିଟ୍‍ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ସୂଚନା ଦେଇଛନ୍ତି । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟକରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶର ପଞ୍ଚମ ରାଜ୍ୟ ଭାବରେ ବିହାର ସରକାର ତାଙ୍କ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦେବେ। ପୂର୍ବରୁ ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ ସରକାର ଏଭଳି ଘୋଷଣା କରିସାରିଛନ୍ତି। ଆସାମ ସରକାର ପ୍ରଥମେ ୧୮ରୁ ୪୫ ବର୍ଷ ବୟସର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିବା ସହିତ ୧କୋଟି ଡୋଜ ଟିକା ପାଇଁ ଅର୍ଡର ଦେଇସାରିଛନ୍ତି।

କେରଳ

କେରଳ (Kerala) ରେ ମଧ୍ୟ ଲୋକଙ୍କୁ ମାଗଣା ଆଣ୍ଟି-କରୋନା ଟିକା ଦିଆଯିବ। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ (Pinarayi Vijayan) କହିଛନ୍ତି ଯେ ତାଙ୍କ ସରକାର ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକା ଦେବେ। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ହେତୁ ରାଜ୍ୟଗୁଡିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ଏଭଳି ପରିସ୍ଥିତିରେ କେନ୍ଦ୍ର ରାଜ୍ୟମାନଙ୍କୁ ମାଗଣାରେ ଟିକା ପ୍ରଦାନ କରିବା ଉଚିତ।

[amazon_auto_links id=”10233″]

Also Read | Weather Report Odisha: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ

Share this: