Covid India:ଦୈନିକ ସଂକ୍ରମଣରେ ଆମେରିକାକୁ ଅତିକ୍ରମ କଲା ଭାରତ, ଦେଶରେ ୩ଲକ୍ଷରୁ ଅଧିକ ନୂଆ ମାମଲା

Share this:

ନୂଆଦିଲ୍ଲୀ: ଭାରତ (India) ରେ କରୋନା (Corona Virus Pandemic) ବିପର୍ଯ୍ୟୟ କେତେ ପରିମାଣରେ ଘଟିଛି ତାହା ଆକଳନ କରାଯାଇପାରିବ ଯେ ଦେଶରେ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଦୃଷ୍ଟିରୁ ସମଗ୍ର ବିଶ୍ୱ ରେକର୍ଡ ଭାଙ୍ଗିଛି। ୱାର୍ଲ୍ଡମିଟର (World Meter) ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ଲକ୍ଷ ୧୫ ହଜାର ୪୭୮ ନୂତନ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ସଂକ୍ରମିତ ଏହି ସଂଖ୍ୟା ମହାମାରୀ ଆରମ୍ଭରୁ ଦୁନିଆରେ ସର୍ବାଧିକ।

ଜାନୁଆରୀ ୮, ୨୦୨୧ରେ, ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦  ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୨୧୦୧ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି। ଏହା ସହିତ ଦେଶରେ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ସମୁଦାୟ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୭୨ କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୫୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ଦିଲ୍ଲୀରେ ୨୪୯, ଛତିଶଗଡରେ ୧୯୩, ୟୁପିରେ ୧୮୭, ଗୁଜୁରାଟ ୧୨୫, କର୍ଣ୍ଣାଟକରେ ୧୧୬, ପଞ୍ଜାବରେ ୬୯  ଏବଂ ମଧ୍ୟପ୍ରଦେଶରେ ୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆଠଟି ରାଜ୍ୟରେ ସମୁଦାୟ ୧୫୫୬ ଜଣକର ମୃତ୍ୟୁ ଘଟିଛି, ଯାହା ମୋଟ ୨୧୦୧  ମୃତ୍ୟୁର ୭୫.୨ପ୍ରତିଶତ ଅଟେ।

କେବଳ ୬ଟି ରାଜ୍ୟରେ ୫୯ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୬୭ ହଜାର ୪୬୮ ନୂତନ ସଂକ୍ରମଣ ରହିଛି। ଏହା ପରେ ଉତ୍ତରପ୍ରଦେଶରେ ୩୩ ହଜାର ୧୦୬, ଦିଲ୍ଲୀରେ ୨୪ ହଜାର ୬୩୮, କର୍ଣ୍ଣାଟକରେ ୨୩ ହଜାର ୫୫୮, କେରଳରେ ୨୨ହଜାର ୪୧୪ ଏବଂ ଛତିଶଗଡରେ ୧୪ ହଜାର ୫୧୯ ରୋଗୀ ଚିହ୍ନଟ ହୋଇଛନ୍ତି।  

[amazon_auto_links id=”10233″]

Also Read | Corona Vaccine Price: ଟୀକା ମୂଲ୍ୟ ନିର୍ଣ୍ଣୟ; କୋଭିଶିଲ୍ଡ ଟୀକା ପାଇବେ ୪୦୦ ଟଙ୍କାରେ ରାଜ୍ୟ, ୬୦୦ ଟଙ୍କାରେ ଘରୋଇ ଡାକ୍ତରଖାନା

Share this: