Corona Odisha: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ପାର, ଖୋର୍ଦ୍ଧାରୁ ୧୧୩୨ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ କରୋନା ତାର ପ୍ରକୋପ ଜାରି ରଖି  ତୀବ୍ର ଗତିରେ ଆଗକୁ ବଢି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୬ ହଜାର ୧୬୪ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୫୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୫୮୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୧୩୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୩୬ଜଣ, ବାଲେଶ୍ଵରରୁ ୭୮ଜଣ, ବରଗଡ଼ରୁ ୨୬୩ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗୀରିରୁ ୨୨୬ଜଣ, ବୌଦ୍ଧରୁ ୩୮ଜଣ, କଟକରୁ ୩୬୦ଜଣ, ଦେଓଗଡ଼ରୁ ୩୧ଜଣ, ଢେଙ୍କାନାଳରୁ ୧୭ଜଣ, ଗଜପତିରୁ ୫୫ଜଣ, ଗଞ୍ଜାମରୁ ୧୩୫ଜଣ, ଜଗତସିଂପୁରରୁ ୬୩ଜଣ, ଯାଜପୁରରୁ ୧୫୪ଜଣ, ଝାରସୁଗୁଡାରୁ ୩୫୫ଜଣ, କଳାହାଣ୍ଡିରୁ ୪୫୨ଜଣ, କନ୍ଧମାଳରୁ ୨୩ଜଣ, କେଉଁଝରରୁ ୨୦୫ଜଣ, କୋରାପୁଟରୁ ୪୫ଜଣ, କେନ୍ଦ୍ରାପଡ଼ାରୁ ୪୮ଜଣ, ମୟୁରଭଞ୍ଜରୁ ୧୩୬ଜଣ, ମାଲକାନଗିରିରୁ ୧୬ଜଣ, ନବରଙ୍ଗପୁରରୁ ୨୦୭ଜଣ, ନୟାଗଡ଼ରୁ ୯୯ଜଣ,ନୂଆପଡ଼ାରୁ ୪୫୯ଜଣ, ପୁରୀରୁ ୨୮୬ଜଣ, ରାୟଗଡାରୁ ୧୦୫ଜଣ, ସମ୍ବଲପୁରରୁ ୨୨୯ଜଣ, ସୋନପୁରରୁ ୯୯ଜଣ, ସୁନ୍ଦରଗଡ଼ରୁ ୪୨୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୪୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୭ ଲକ୍ଷ ୪୯ ହଜାର ୯୩୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୮୮ ହଜାର ୪୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୦୯ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୫୧  ହଜାର ୩୮୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ହଜାର ୭୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Covid-19 Angul Updates: ଆଜି ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ

Share this: