Covid-19 Angul Updates: ଆଜି ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରୁ ୧୩୮ ଜଣ କରୋନା  ପଜିଟିଭ (Corona Virus) ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୩ ହଜାର ୪୩୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ  ମଧ୍ୟରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ  ସଂଖ୍ୟା ୨୭୪ ରେ ପହଂଚିଛି।

ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ୨୪ଜଣଙ୍କ ମଧ୍ୟରୁ ୧୫ଜଣ ପୁରୁଷ ଓ ୯ଜଣ ମହିଳା, ବଅଁରପାଳ ବ୍ଲକ୍‌ ଅଂଚଳରୁ ୨୪ଜଣଙ୍କ ମଧ୍ୟରୁ ୧୮ଜଣ ପୁରୁଷ ଓ ୬ଜଣ ମହିଳା, ତାଳଚେର ବ୍ଲକ ଅଂଚଳରୁ ୨୨ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଓ ୬ଜଣ ମହିଳା, କିଶୋରନଗର ବ୍ଳକ୍ ଅଂଚଳରୁ ୧୯ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ ଓ ୯ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୧୮ଜଣଙ୍କ ମଧ୍ୟରୁ ୧୨ଜଣ ପୁରୁଷ ଓ୬ ଜଣ ମହିଳା, ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୧୬ଜଣଙ୍କ ମଧ୍ୟରୁ ୧୨ଜଣ ପୁରୁଷ ଓ ୪ଜଣ ମହିଳା, ଅନୁଗୁଳ ବ୍ଲକ୍‌ ଅଂଚଳରୁ ୬ଜଣଙ୍କ ମଧ୍ୟରୁ ୩ଜଣ ପୁରୁଷ ଓ ୩ଜଣ ମହିଳା, କଣିହାଁ ବ୍ଳକ୍ ଅଂଚଳରୁ ୬ଜଣଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ୧ଜଣ ମହିଳା, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ଜଣେ ପୁରୁଷ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଅନୁଗୁଳରୁ ସୁସ୍ଥ ହୋଇଥିବା ୨୯ ଜଣକୁ ହୋମ ଆଇସୋଲେସନରେ ରଖାଯାଇଥିବା ଜଣାପଡିଛି।

[amazon_auto_links id=”10233″]

Also Read |Talcher Fertilizer:ତାଳଚେର ସାରକାରଖାନା ଦ୍ୱାରା ଉତ୍ପାଦିତ ୟୁରିଆ ନିମନ୍ତେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Share this: