Corona Odisha: ଆଜି ରାଜ୍ୟରୁ ୬ ହଜାର ୭୩ ଜଣ କରୋନା ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୬ ହଜାର ୭୩ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୫୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୫୫୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

ଆଜି ସର୍ବାଧିକ ୧୦୯୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୩୯ଜଣ, ବାଲେଶ୍ଵରରୁ ୭୮ଜଣ, ବରଗଡ଼ରୁ ୨୮୬ଜଣ, ଭଦ୍ରକରୁ ୬୫ଜଣ, ବଲାଙ୍ଗୀରିରୁ ୪୫୭ଜଣ, ବୌଦ୍ଧରୁ ୬୪ଜଣ, କଟକରୁ ୧୯୮ଜଣ, ଦେଓଗଡ଼ରୁ ୩୬ଜଣ, ଢେଙ୍କାନାଳରୁ ୧୨ଜଣ, ଗଜପତିରୁ ୭୯ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂପୁରରୁ ୬୨ଜଣ, ଯାଜପୁରରୁ ୧୦୭ଜଣ, ଝାରସୁଗୁଡାରୁ ୨୫୯ଜଣ, କଳାହାଣ୍ଡିରୁ ୨୭୭ଜଣ, କନ୍ଧମାଳରୁ ୩୪ଜଣ, କେଉଁଝରରୁ ୨୬୬ଜଣ, କୋରାପୁଟରୁ ୭୬ଜଣ, କେନ୍ଦ୍ରାପଡ଼ାରୁ ୬୪ଜଣ, ମୟୁରଭଞ୍ଜରୁ ୧୮୦ଜଣ, ମାଲକାନଗିରିରୁ ୨୯ଜଣ, ନବରଙ୍ଗପୁରରୁ ୨୦୬ଜଣ, ନୟାଗଡ଼ରୁ ୧୧୦ଜଣ,ନୂଆପଡ଼ାରୁ ୪୦୦ଜଣ, ପୁରୀରୁ ୨୨୬ଜଣ, ରାୟଗଡାରୁ ୭୭ଜଣ, ସମ୍ବଲପୁରରୁ ୧୫୮ଜଣ, ସୋନପୁରରୁ ୭୪ଜଣ, ସୁନ୍ଦରଗଡ଼ରୁ ୩୭୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୧୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୯ ଲକ୍ଷ ୫୪ହଜାର ୭୩୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୨୦ହଜାର ୧୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୧୮୦ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୬୭ ହଜାର ୧୧୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ହଜାର ୯୫୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid Saathi Odisha ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟକ୍ତିଗତ ହେଲ୍ପଲାଇନ ଲଞ୍ଚ, ଯୋଗାଇବ କରୋନା ସଂକ୍ରମିତଙ୍କୁ ସେବା

Share this: