Odisha School Admission: ଆଜିଠାରୁ ସ୍କୁଲରେ ନାମଲେଖା ଆରମ୍ଭ, ଆସିବେ କେବଳ ଅଭିଭାବକ

Share this:

ଭୁବନେଶ୍ଵର : ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା (admission) ଆଜିଠାରୁ ଆରମ୍ଭ ହୋଇଛି। ସ୍କୁଲରେ ଏପ୍ରିଲ ୨୭ରୁ ମେ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇପାରିବ।

କୋଭିଡ଼ କଟକଣା ଅନୁସାରେ ଏକସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ନାମଲେଖା ସମୟରେ ଯେପରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ ହେବା ଦାୟୀତ୍ଵ ସମ୍ପୃକ୍ତ ପ୍ରଧାନଶିକ୍ଷକ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ରହିଛି। ଏଥିସହିତ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ବିଶୋଧନ ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ନୋଟିସ୍‌ ବୋର୍ଡରେ ଏ ସମ୍ପର୍କିତ ବିଜ୍ଞପ୍ତି ଲଗାଯିବା ସହ ‘ଶିକ୍ଷା ସଂଯୋଗ’ ହ୍ବାଟସ୍‌-ଆପ୍‌ ଗ୍ରୁପ୍‌ ମାଧ୍ୟମରେ ସ୍କୁଲଗୁଡ଼ିକ ଅଭିଭାବକ ଓ ସିଆରସିସିଙ୍କୁ ଅବଗତ କରାଇବେ। ଏଥିସହ ସ୍କୁଲ ନାମଲେଖା ଲାଗି ଜାରି ହୋଇଥିବା ଏସ୍‌ଓପିକୁ ଯେପରି ଠିକ୍‌ ଭାବେ ପାଳନ କରାଯିବ, ସେ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(DEO), ଜିଲ୍ଲା ପ୍ରକଳ୍ପ ସଂଯୋଜକ(DPC) ଓ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କୁ ଚିଠି ଲେଖିଛନ୍ତି।

Related Post | Matric Examination: ଓଡ଼ିଶା ମାଟ୍ରିକ ପରୀକ୍ଷା ବାତିଲ

ରାଜ୍ୟରେ ପୂର୍ବରୁ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ତେଣୁ ଯେଉଁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହେଉଛନ୍ତି, ସେଠାରେ ନାମଲେଖା ସମୟରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କର କୌଣସି ଆବଶ୍ୟକତା ନାହିଁ। ସ୍କୁଲ କତ୍ତୃପକ୍ଷ ସେମାନଙ୍କ ପିଲାଙ୍କ ନାମଲେଖା ଉପର ଶ୍ରେଣୀରେ କରାଇବେ। କୌଣସି ଛାତ୍ରଛାତ୍ରୀ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ସ୍କୁଲକୁ ଯିବେ, ସେତେବେଳେ ବର୍ତ୍ତମାନ ସ୍କୁଲର ପ୍ରଧାନଶିକ୍ଷକ ପିଲାଙ୍କ ନାମ ତାଲିକା ଓ ମୋବାଇଲ ନମ୍ବର ନିକଟସ୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟକୁ ପଠାଇବେ। ଯେଉଁ ସ୍କୁଲରେ ନାମଲେଖା ହେବ, ସେଠାକାର କର୍ତ୍ତୃପକ୍ଷ ଟେଲିଫୋନ୍‌ ମାଧ୍ୟମରେ ଅଭିଭାବକଙ୍କୁ ପିଲାର ନାମଲେଖା ସମ୍ପର୍କରେ ସବିଶେଷ ତଥ୍ୟ ଜଣାଇବେ। ଯଦି ପିଲା ସ୍କୁଲ ପରିବର୍ତ୍ତନ କରିବାକୁ ଚାହୁଛି, ତେବେ ଅଭିଭାବକ ବର୍ତ୍ତମାନର ସ୍କୁଲରୁ ଟିସି ନେଇ ତାକୁ ନୂତନ ସ୍କୁଲରେ ଦାଖଲ କରି ନାମ ଲେଖାଇପାରିବେ। ଯଦି କୌଣସି ବିଦ୍ୟାଳୟରେ ବର୍ତ୍ତମାନର ଟିଏମ୍‌ସି କିମ୍ବା ସ୍ୱାବ ସଂଗ୍ରହ କେନ୍ଦ୍ର କୋଭିଡ୍‌ ପାଇଁ ହସ୍ପିଟାଲ ଚାଲିଥିବ,‌ ସେ କ୍ଷେତ୍ରରେ ନିକଟସ୍ଥ ସରକାରୀ, ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା କରାଯାଇପାରିବ।

amazon-adv

ନୂଆ କରି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ସହ ଟେଲିଫୋନ୍‌ ମାଧ୍ୟମ‌ରେ ଯୋଗାଯୋଗ କରିବେ ଏବଂ ଅଭିଭାବକଙ୍କ ସହ ଆଲୋଚନା କରି ନାମଲେଖା କରାଇବେ। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିର କୌଣସି ଆବଶ୍ୟକତା ନାହିଁ।

Also Read | Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

Share this: