Cancelled Train List: ଲାଇନ୍‍ କାର୍ଯ୍ୟକ୍ଷମ ପାଇଁ ତିନି ଟ୍ରେନ୍‍ ବାତିଲ

Share this:


ଭୁବନେଶ୍ଵର/ଝାରସୁଗୁଡା: Cancelled Train List ପୂର୍ବତଟ୍ଟ ରେଳପଥ ପକ୍ଷରୁ ରାଇଗଡ଼ ଓ ଝାରସୁଗୁଡ଼ା ରେଳ ସେକ୍ସନ ଅନ୍ତର୍ଗତ ଇବ୍‍ ଷ୍ଟେସନଠାରେ ଚତୁର୍ଥ ଲାଇନ୍‍ କାର୍ଯ୍ୟକ୍ଷମ ପାଇଁ ତିନୋଟି ଟ୍ରେନ୍‍କୁ ବାତିଲ (Cancelled Train) କରାଯାଇଛି।

mi

ସୂଚନା ଅନୁସାରେ ଭୁବନେଶ୍ୱରଠାରୁ ୨୨, ୨୬ ଓ ୨୯ ତାରିଖରେ ଏବଂ ମୁମ୍ବାଇ ଏଲ୍‍ଟିଟିରୁ ୨୪, ୨୮ ଓ ଅକ୍ଟୋବର ୧ରେ ଛାଡ଼ିବାକୁ ଥିବା ୧୨୮୮୦/୧୨୮୭୯ ଭୁବନେଶ୍ୱର-ଏଲ୍‍ଟିଟି ଭୁବନେଶ୍ୱର ଏକ୍ସପ୍ରେସ (12880/Bhubaneswar – Mumbai LTT SF Express) ପୁରୀ (Puri) ଠାରୁ ଚଳିତ ମାସ ୨୭ ତାରିଖରେ ଏବଂ ମୁମ୍ବାଇ ଏଲ୍‍ଟିଟିରୁ ୨୯ ତାରିଖରେ ଛାଡ଼ିବାକୁ ଥିବା ୨୨୮୬୬/୨୨୮୬୫ ପୁରୀ ଏକ୍ସପ୍ରେସ୍‍ (22866 Puri Ltt Sf Express ) ବାତିଲ କରାଯାଇଛି।

ସେହିପରି ୨୩, ୨୪ ଓ ୨୭ ତାରିଖରେ ଓ ଅମୃତସରରୁ ୨୪, ୨୫, ୨୮ ତାରିଖରେ ଛାଡ଼ିବାକୁ ଥିବା ବିଶାଖାପଟନମ୍‍-ଅମୃତସର-ବିଶାଖାପଟନମ୍‍ ହୀରାକୁଦ ଏକ୍ସପ୍ରେସ (Visakhapatnam Amritsar Hirakud Express ) କୁ ବାତିଲ କରାଯାଇଛି।

amazon_sale2


ସେହିପରି ୨୩ ଏବଂ ୨୬ ତାରିଖରେ ଛାଡ଼ିବାକୁ ଥିବା ଭାସ୍କୋଡାଗାମା-ଜସିଡିହ-ଭାସ୍କୋଡାଗାମା ଏକ୍ସପ୍ରେସ (Vasco Da Gama Jasidih Express) କୁ ଉଭୟପଟୁ ଏହାର ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ସିକନ୍ଦରାବାଦ-ବିଜୟୱାଡା ଭୁବନେଶ୍ୱର-ନରାଜ ମାର୍ଥାପୁର କୁ ସମ୍ବଲପୁର ସିଟି ଓ ଝାରସୁଗୁଡ଼ା ଦେଇ ଚଳାଚଳ କରିବ ବୋଲି ପୂର୍ବତଟ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Read Also | Dussehra 2022: ଏଥର ପୁଜାମଣ୍ଡପର ଉଚ୍ଚତା ୪୦ଫୁଟ, ମୂର୍ତ୍ତିର ଉଚ୍ଚତା ୨୦ ଫୁଟରୁ ଅଧିକ ହେବ ନାହିଁ

[amazon_auto_links id=”9932″]

canon
Share this:

Leave a Reply

Your email address will not be published. Required fields are marked *