Today corona positive in odisha: ରାଜ୍ୟରେ ବଢୁଛି କି ସଂକ୍ରମଣ! ଆଜି ୨୫୨ ଚିହ୍ନଟ

Share this:

ଭୁବନେଶ୍ଵର: Today corona positive in odisha district wise last 24 hours ଓଡ଼ିଶାରେ ପୁଣି କରୋନା ଧୀରେ ଧୀରେ ବଢିବାରେ ଲାଗିଛି। ଆଜି ପୁଣି ବଢିଛି କରୋନା ସଂକ୍ରମଣ (Coronavirus)। ଗତକାଲି ଓଡ଼ିଶାରୁ ୧୯୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୫୨ଜଣ ଚିହ୍ନଟ ହୋଇଛନ୍ତି ( Today corona positive in odisha district wise last 24 hours)। ଯାହାକି କାଲି ଅପେକ୍ଷା ଆଜି ବଢିଛି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୪୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

tv

ଆଜି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୬ଜଣ, ବରଗଡ଼ରୁ 4ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରିରୁ ୫ଜଣ, ବୌଦରୁ ୪ଜଣ, କଟକରୁ ୧୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୨ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡାରୁ ୫ଜଣ, କେଉଁଝରରୁ ଜଣେ, ଖୋର୍ଦ୍ଧାରୁ ୫୫ଜଣ,କୋରପୁଟରୁ ୨ଜଣ, ମାଲକାନଗିରିରୁ ଜଣେ ମୟୂରଭଞ୍ଜରୁ ୧୧ଜଣ, ନବରଂଗପୁରରୁ ୮ଜଣ, ନୟାଗଡରୁ ୧୩ଜଣ, ନୂଆପଡ଼ାରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୩ଜଣ, ରାୟଗଡାରୁ ୫ଜଣ, ସମ୍ବଲପୁରରୁ ୧୦ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୪୦ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୩ଜଣ ଚିହ୍ନଟ ହୋଇଛନ୍ତି।

best mobiles

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୪ ଲକ୍ଷ ୭୩ ହଜାର ୯୪୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୨ ହଜାର ୫୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୬୩ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୧ ହଜାର ୮୫୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୩୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

mahimalive news

Read Also | Festive offers on Electronics & Accessories

Share this:

Leave a Reply

Your email address will not be published. Required fields are marked *