ଅନୁଗୋଳ ରୁ ଆଜି ୧୫ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୫୪

Share this:

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ମଙ୍ଗଳବାର ବାହାରିଥିବା ୧୫ ଜଣ ପଜିଟିଭଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣ ଏବଂ  ଜଣେ ପାଳଲହଡା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ବଅଁରପାଳ ବ୍ଳକ୍‌ର ଏକ ଶିକ୍ତ ସଂସ୍ଥା ଅଞ୍ଚଳ ମଧ୍ୟରୁ ୪ ଜଣ ଏବଂ  ବାହାରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶିଳ୍ପ ସଂସ୍ଥା ମଧ୍ୟରୁ ଦୁଇ ଜଣ ପୁରୁଷ ଜଣେ ୨୭ ବର୍ଷ ବୟସ୍କ ପୁନେରୁ ଫେରିଥିବା ବେଳେ ଆର ଜଣକ  ୨୮ ବର୍ଷ  ବୟସ୍କ  ବିହାରରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିଲେ। ଏମାନେ ସମସ୍ତେ ଲକ୍ଷଣ ବିହିନ ଅଟନ୍ତି। ଶିଳ୍ପ ସଂସ୍ଥା ମଧ୍ୟରୁ ଚିହ୍ନଟ ହୋଇଥିବା ୨ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ବୟସ ୭୦ ବର୍ଷ ଓ ସେ ଗଞ୍ଜାମରୁ ଫେରି ହୋମ କ୍ଵରାଣ୍ଟାଇରେ ଥିବାବେଳେ ୧୯ ବର୍ଷ ବୟସ୍କ ମହିଳା ନିଜ ଘରେ ରହୁଥିଲେ ଓ ସେ ଲକ୍ଷଣଯୁକ୍ତ ଥିଲେ। ଶିଳ୍ପ ସଂସ୍ଥା ବାହାରୁ ୨ ଜଣ ପୁରୁଷଙ୍କ ମଧ୍ୟରୁ ଜଣଙ୍କର ବୟସ ୪୪ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୫୬ ବର୍ଷ ହୋଇଥିବା ବେଳେ ସେମାନେ ଲକ୍ଷଣ ବିହିନ ଥିଲେ। ସେହିପରି  କିଶୋରନଗର ବ୍ଲକ୍ ଅଞ୍ଚଳରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୪ ଜଣ ଓ ଏସସିବି ମେଡିକାଲ କଲେଜ କଟକ  ଫେରନ୍ତା ୨ ଜଣ ଅଟନ୍ତି। ଏମାନଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୨ ପୁରୁଷଙ୍କ ବୟସ ୧୫ ବର୍ଷ ଓ ୪୫ ବର୍ଷ ହୋଇଥିବା ବେଳେ ମହିଳା ୨ ଜଣକର ବୟସ ୭୦ ବର୍ଷ ଓ ୪୦ ବର୍ଷ। ସେହିପରି ଏସସିବି ମେଡିକାଲ କଲେଜ ଫେରନ୍ତା ୨ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଯାହାଙ୍କର ବୟସ ୨୪ ବର୍ଷ ଓ ଜଣେ ମହିଳାଙ୍କର ବୟସ ୨୧ ବର୍ଷ। ସେହିପରି ଆଜି ଯେଉଁ ୨ ଜଣ ତାଳଚେର ବ୍ଳକ୍ ଅଞ୍ଚଳ ରୁ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨୩ ବର୍ଷିୟ ହାଇଦ୍ରାବାଦ ଫେରନ୍ତା ପୁରୁଷ ଜଣଙ୍କ ବ୍ଳକର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ଅନ୍ୟ ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଏସସିବି ମେଡିକାଲ କଲେଜରୁ ଫେରି ଘରେ ହୋମ କ୍ଵାରେଣ୍ଟାଇନରେ ଥିଲେ। ପାଲଲହଡା ବ୍ଲକ ଅଞ୍ଚଳର ୨୩ ବର୍ଷିୟା ମହିଳା ଯିଏକି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଏହି ୧୫ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତମାନଙ୍କୁ ଆସନ୍ତାକାଲି ସୁଦ୍ଧା ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯିବ। 

Share this: