ରାଜ୍ୟ ରେ ସୁସ୍ଥ ହେଲେ ୬୦୯ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୮୬୪ କୁ ବୃଦ୍ଧି

Share this:

ରାଜ୍ୟରେ ଆଜି  ଆଉ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୮୬୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୬୮ ଜଣ , ସୁନ୍ଦରଗଡ଼ ରୁ ୧୩୫ ଜଣ, ଖୋର୍ଦ୍ଧା ଜିଲ୍ଲା ରୁ ୩୭  ଜଣ, କଟକ ରୁ ୩୨ ଜଣ, ବାଲେଶ୍ଵର ରୁ ୨୫ ଜଣ, କେଉଁଝର ରୁ ୨୩ ଜଣ,ମୟୁରଭଞ୍ଜ  ରୁ ୧୮ ଜଣ, ପୁରୀ ଓ ଭଦ୍ରକ ରୁ ୧୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।ସମ୍ବଲପୁର ରୁ ୮ ଜଣ ସୁସ୍ଥ ହୋଇଛନ୍ତି। ଜଗତସିଂପୁର ଓ ବରଗଡ଼  ଜିଲାରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।, ଯାଜପୁର ରୁ ୬ ଜଣ ଜଣ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା ଓ କେନ୍ଦ୍ରାପଡ଼ା ଜିଲାରୁ ୪  ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଛନ୍ତି। କୋରାପୁଟ ,ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଗଜପତି ଓ ନୟଗଡ଼ ଜିଲ୍ଲାରୁ ଜେଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Share this: