Covid19 Odisha Updates:ସୁରତ, ମୁମ୍ବାଇରୁ ଆସିଲେ RTPCR ରିପୋର୍ଟ ବାଧ୍ୟତାମୂଳକ

Share this:

ବ୍ରହ୍ମପୁର: ଦେଶରେ ଅନ୍ୟ ରାଜ୍ୟଗୁଡିକରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଆସିଲେ କୋଭିଡ୍‌ ପରୀକ୍ଷା (RT-PCR) ରିପୋର୍ଟ ବାଧ୍ୟତାମୂଳକ କରିଛି ଗଞ୍ଜାମ (Ganjam) ଜିଲ୍ଲା ପ୍ରଶାସନ।

ସେହିପରି ବ୍ରହ୍ମପୁର ରେଳଷ୍ଟେସନ୍‌, ଛତ୍ରପୁର ଏବଂ ଖଲ୍ଲିକୋଟ ଷ୍ଟେସନ୍‌ରେ ଓହ୍ଲାଉଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଗସ୍ତର ସଂପୂର୍ଣ୍ଣ ତଥ୍ୟ ରେକର୍ଡ଼ଭୁକ୍ତ କରାଯିବ। ଏଥିସହିତ  ସହ ୭ ଦିନ ଗୃହ ସଙ୍ଗରୋଧରେ ରଖାଯିବ। କେଉଁଦିନ କେତେ ପ୍ରବାସୀ ଆସୁଛନ୍ତି, ତାହା ରେକର୍ଡ଼ କରାଯିବ। କୋଭିଡ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ମୁମ୍ବାଇ ଓ ସୁରତରେ ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ଗଞ୍ଜାମର ଲକ୍ଷ ଲକ୍ଷ ଲୋକ ସେଠାରେ ରହୁଛନ୍ତି। କେତେକ ସ୍ଥାନରେ ପୁଣି ଲକ୍‌ଡାଉନ୍‌ ଜାରି ହେବା ପରେ ପ୍ରବାସୀ ଭିଟାମାଟି ଫେରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଗତ କିଛିଦିନ ଧରି ଜିଲ୍ଲାରେ ପ୍ରତ୍ୟହ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସକ୍ରିୟ ସଂକ୍ରମିତ ସଂଖ୍ୟା ୨୦ରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ସତର୍କ ହୋଇ କୋଭିଡ଼୍‌ କଟକଣାକୁ କଡ଼ାକଡ଼ି କରିଛି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ସକାଶେ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ତହସିଲଦାର ଓ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀଙ୍କୁ ଦାୟିତ୍ୱ  ଦିଆଯାଇଛି। ମନ୍ଦିର ଗୁଡ଼ିକରେ କୋଭିଡ୍ ନିୟମ ଅନୁପାଳନ ନକଲେ ସଂପୃକ୍ତ ମନ୍ଦିରକୁ ବନ୍ଦ ରଖାଯିବ। ଚିକିତ୍ସାଳୟ ଗୁଡ଼ିକରେ ସଙ୍ଗରୋଧ କକ୍ଷ ପ୍ରସ୍ତୁତ କରି ରଖାଯିବ। ବର୍ତ୍ତମାନ ଆସିଥିବା ଟିକାକରଣ ଯେମିତି ଶତପ୍ରତିଶତ ଶେଷ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ବସ୍ ଗୁଡ଼ିକରେ ସିଟ୍‌ କ୍ଷମତା ବାହାରେ ଠିଆ ହୋଇ ଯାତ୍ରୀ ଯେପରି ଚଢ଼ିବେ ନାହିଁ ବସ୍ ମାଲିକମାନେ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯଦି କୋଭିଡ୍ କଟକଣା ପାଳନ ଠିକରେ ନ ହୁଏ ଲକ୍‌ଡାଉନ୍ ଜାରି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

[amazon_auto_links id=”10233″]

Also Read | Covishield Vaccine: କୋଭିଶିଲ୍ଡ ଟୀକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି ପାଇଁ ପରାମର୍ଶ, ରାଜ୍ୟକୁ ପତ୍ର ଲେଖିଲେ କେନ୍ଦ୍ର ସରକାର

Share this: