Odisha Night Curfew: ଓଡ଼ିଶାକୁ ଫେରିଲା ନାଇଟ କର୍ଫ୍ୟୁ, ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ
ମାଲାକାନଗିରି: ଓଡ଼ିଶାରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କଟକଣା ପୁଣି କଡ଼ାକଡ଼ି କରାଯାଉଛି। ପୁଣି ରାଜ୍ୟରେ ଫେରିଲା ନାଇଟ କର୍ଫ୍ୟୁ (Night Curfew)। କରୋନା ମହାମାରୀ (Corona Pandemic) ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲାକାନଗିରି (Malkangiri) ଜିଲ୍ଲା ପ୍ରଶାସନ ସେଠାରେ ନାଇଟ କର୍ଫ୍ୟୁ ଜାରି କରିଛି। ରାତି ୯ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏହା ମାର୍ଚ୍ଚ ୨୩ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ।
ସୂଚନାଅନୁସାରେ ମାଲକାନଗିରି ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଜିଲ୍ଲାରେ ବଡ଼ଯାତ୍ରା ଓ ହୋଲି (Holi) ଖେଳ ଉପରେ କଟକଣା ଲଗାଯାଇଛି। ସେଠାକାର ଲୋକପ୍ରିୟ ପର୍ବ ବଡ ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି। ସେଠାରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଷ୍ଟଲକୁ ସମ୍ପୂର୍ଣ ବାରଣ କରାଯାଇଛି। ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି।
[amazon_auto_links id=”10233″]
Also Read | Corona Virus India: କରୋନା ବିସ୍ପୋଟକ ସ୍ଥିତିରେ, କେବଳ ଗୋଟିଏ ରାଜ୍ୟରୁ ଦିନକେ ୩୦ହଜାରରୁ ଉର୍ଦ୍ଧ୍ଵ ଚିହ୍ନଟ, ୯୯ ମୃତ