Covid19 Odisha Updates: ଆଜି ଓଡ଼ିଶାରେ ୨୦୮ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରୁ ଆଜି ୧୯ ଜିଲ୍ଲାରୁ ୨୦୮ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୬ ଜଣ କରୋନା ସଂକ୍ରମିତ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୩ ଜଣ, ବାଲେଶ୍ଵରରୁ ୮ ଜଣ, ବରଗଡ଼ରୁ ୨୨ ଜଣ, ବଲାଙ୍ଗରିରୁ ୪ ଜଣ, ବୌଦ୍ଧରୁ ଜଣେ, କଟକରୁ ୧୫ ଜଣ, ଗଞ୍ଜାମରୁ ୩ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡାରୁ ୧୧ ଜଣ, କଳାହାଣ୍ଡିରୁ ୨୨ ଜଣ, ଖୋର୍ଦ୍ଧାରୁ ୩୩ ଜଣ,  କେନ୍ଦ୍ରାପଡ଼ାରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ମୟୁରଭଞ୍ଜରୁ ୯ ଜଣ, ପୁରୀରୁ ୯ ଜଣ, ରାୟଗଡାରୁ ଜଣେ, ସମ୍ବଲପୁରରୁ ୫ ଜଣ, ସୁନ୍ଦରଗଡରୁ ୭ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୦ ଲକ୍ଷ ୧ ହଜାର ୪୫୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୦ହଜାର ୪୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୨୦ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୬ ହାଜର ୬୯୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୩୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Odisha electricity unit price: ଓଡ଼ିଶା ସରକାର ବୃଦ୍ଧି କଲେ ବିଦ୍ୟୁତ୍‍ ଦର, ଏପ୍ରିଲ୍‍ ୪ରୁ ନୂଆ ଦର ଲାଗୁ

Share this: