Bali Jatra: ଏ ବର୍ଷ ବାଲି ଯାତ୍ରା ବନ୍ଦ

Share this:

କଟକ: ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲି ଯାତ୍ରା (Bali Jatra) ଚଳିତ ବର୍ଷ କଟକ (Cuttack) ଠାରେ ଅନୁଷ୍ଠିତ ହେବ ନାହିଁ ବୋଲି କଲେକ୍ଟର ଭବାନୀ ଶଙ୍କର ଚୈନି (Shri BS Chaini) ସୂଚନା ଦେଇଛନ୍ତି।

ବର୍ତ୍ତମାନ କୋରନା ଭୂତାଣୁ ପରିସ୍ଥିତିରେ ସ୍ୱାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରୁଥିବା ହେତୁ ବାଲିଯାତ୍ରା ଚଳାଇବା ସମ୍ଭବ ନୁହେଁ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ ବୋଲି କଟକ କଲେକ୍ଟର ସୂଚନା ଦେଇଛନ୍ତି। ଏହା ସହିତ ଜିଲ୍ଲାର ଆଠଗଢ଼ ବ୍ଲକର ଧବଳେଶ୍ୱର ମନ୍ଦିରରେ ବଡ ଓଷା କରିବା ମଧ୍ୟ ସମ୍ଭବ ନୁହେଁ।

Also Read| LPG GAS: ନଭେମ୍ବର ୧ ରୁ ଏଲପିଜି ସିଲିଣ୍ଡର ବିତରଣ ନିୟମ ପରିବର୍ତ୍ତନ; ବୁକିଂ ଉପରେ ୫୦ ଟଙ୍କା କ୍ୟାସବ୍ୟାକ୍ ପାଇବେ

Share this:

Leave a Reply

Your email address will not be published. Required fields are marked *