Covid Guidelines: ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ନେଇ ନୂଆ ଗାଇଡଲାଇନ ଲାଗୁ

banks

ଭୁବନେଶ୍ଵର:ରାଜ୍ୟରେ ବଢୁଥିବା କରୋନାର ଦ୍ଵିତୀୟ ଲହର (Corona Second Wave) କୁ ଦେଖି ଓଡ଼ିଶା ସରକାର (Government of Odisha) ଆଜିଠାରୁ ସାରା ରାଜ୍ୟରେ ନାଇଟ କଫ୍ୟୁ ଲାଗୁକରିଛନ୍ତି। ବର୍ତ୍ତମାନ ବ୍ୟବସାୟିକ କାର୍ଯ୍ୟକ୍ରମରେ କଟକଣା ପାଇଁ ସରକାର ଚାହୁଁନାହାନ୍ତି। କାରଣ ଏହାଦ୍ଵାରା ଲୋକମାନଙ୍କ ଜୀବିକା ପ୍ରଭାବିତ ହେବ। ସେଥିପାଇଁ ମୁହଁରେ ମାସ୍କ ଲଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଯଦି ଆମେ ସମସ୍ତେ ମାସେ କି ଦୁଇମାସ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିପାରିବା ତାହେଲେ ଗତବର୍ଷ ଭଳି କୋଭିଡ ସଂକ୍ରମଣକୁ ପ୍ରତିହତ କରିବାରେ ସରକାର ଓ ରାଜ୍ୟବାସୀ ସଫଳ ହୋଇପାରିବେ। ଏ ନେଇ ମୁଖ୍ୟ ଶାସନ ସଚିବ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ନୂଆ କୋଭିଡ଼ ଗାଇଡଲାଇନ ଅନୁସାରେ ଆଜିଠାରୁ ସମସ୍ତ ସରକାରୀ ଅଫିସଗୁଡ଼ିକ ଏଣିକି ୫୦ ପ୍ରତିଶତ କର୍ମଚାରୀକୁ ନେଇ ଅଫିସ କାର୍ଯ୍ୟ ଚାଲିବ। ସେହିପରି ଘରୋଇ ଅଫିସ୍, ବ୍ୟାଙ୍କମାନଙ୍କୁ କମ୍ ସଂଖ୍ୟାରେ କର୍ମଚାରୀକୁ ନେଇ ଅଫିସ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅଫିସ ଭିତରେ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ସହିତ ବାରମ୍ବାର ଅଫିସକୁ ସାନିଟାଇଜ (Sanitize) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୋଭିଡ଼ ନିୟମ ଠିକରେ ପାଳନ ନହୁଏ ତେବେ ଅଫିସର ମୁଖ୍ୟ ଉତ୍ତରଦାୟୀ ରହିବେ।

ସେହିପରି ବଜାରରେ ଦୋକାନୀମାନଙ୍କୁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କୌଣସି ଦୋକାନୀ କୋଭିଚ୍‌ ନିୟମ ଅନୁପାଳନ ଉଲଂଘନ କରନ୍ତି ସେ କ୍ଷେତ୍ରରେ ତାଙ୍କ ଦୋକାନ ଲାଇସେନ୍ସ ବାତିଲ କରାଯିବ। ବାର,ପବ୍ ଓ ରେସ୍ତୋରାଁ ଗୁଡ଼ିକରେ ସିଟିଂ କ୍ଷମତାର ୫୦ ପ୍ରତିଶତରେ ବ୍ୟବସାୟ କରିବେ। ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଭେଣ୍ଡରମାନେ ଯେପରି ଗ୍ରାହକଙ୍କୁ ସାମାଜିକ ଦୂରତା ରକ୍ଷା କରି ଖାଦ୍ୟ ବିକ୍ରି କରିବେ ସେଥିପ୍ରତି ଦୃଷ୍ଟି ଦେବେ।

ବର୍ତ୍ତମାନ ସାମାଜିକ କାର୍ଯ୍ୟକ୍ରମ ପାଇଁ କିଛି କଟକଣା ଜାରି କରାଯାଇଛି। ୧୯ ତାରିଖରୁ ଏ କ୍ଷେତ୍ରରେ ସରକାରୀ ନୂଆ ନିର୍ଦେଶନାମା ଲାଗୁ ହେବ। ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ବାହାଘର ଓ ୨୦ ଜଣ ବ୍ୟକ୍ତିଙ୍କୁ ନେଇ ଅତ୍ୟେଷ୍ଟିକ୍ରିୟା ସମାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସମ୍ମିଳନୀକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। କୌଣସି ରାଜନୈତିକ ରାଲି ଓ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। ମନ୍ଦିରମାନଙ୍କରେ କେବଳ ଅତିକମ୍‌ରେ ନୀତିକୁ ପାଳନ କରାଯିବ। ଜନସାଧାରଣଙ୍କ ଦର୍ଶନ ଓ ପୂଜାକୁ ନିୟନ୍ତ୍ରଣରେ ପରିଚାଳନା କରାଯିବ। ଜିଲ୍ଲାରେ ଥିବା ଗୀର୍ଜା, ମସଜିଦରେ ଧାର୍ମିକ କାରଣ ପାଇଁ ବହୁ ଲୋକଙ୍କ ସମାଗମକୁ ରୋକ ଲଗାଯାଇଛି।

ସେହିପରି ସିନେମା ହଲ୍‌ରେ ଥିବା ସିଟ୍ ସଂଖ୍ୟାର ମାତ୍ର ୫୦ ପ୍ରତିଶତ ସିଟ୍ ପାଇଁ ଟିକେଟ ବିକ୍ରି କରିବାକୁ ଅନୁମତି ଦିଆଯିବ ଆମୋଦ ପ୍ରମୋଦ ପାର୍କରେ ମାତ୍ର ୨ଶହ ଲୋକ ଏକାଠି ହୋଇପାରିବେ। ବର୍ତ୍ତମାନ ଯାତ୍ରା, ଅପେରା ଓ ଖୋଲା ଥିଏଟର ପାଇଁ ଦର୍ଶକଙ୍କ ସଂଖ୍ୟାକୁ ୨ ହଜାରରୁ ୧ ହଜାରକୁ କମାଇ ଦିଆଯାଇଛି।

Also Read | Night Curfew: ରାଜ୍ୟର ସମସ୍ତ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ, ହେବ ସାପ୍ତାହିକ ସଟଡାଉନ; ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ

Share this: