Odisha School Corona : ଯଦି ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦିଏ, ଟେଷ୍ଟ କରନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Share this:

ଭୁବନେଶ୍ଵର: Odisha Coronavirus school news ଯଦି ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ରହୁଛି, ତେବେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ପରୀକ୍ଷା କରାଇ ସଙ୍ଗରୋଧରେ ରଖିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ଆମେ ପରୀକ୍ଷା ନ କରାଇବା, ତେବେ ବିପଦକୁ ଡାକିବା। ଥଣ୍ଡା ଜ୍ୱର ଅର୍ଥ କେବଳ କରୋନା ନୁହେଁ। ଅନ୍ୟ ଭାଇରାଲ ସଂକ୍ରମଣ ବି ଥଣ୍ଡା ଜ୍ୱର କରାଇଥାଏ। ତେଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି କୋଭିଡ୍‍ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ପୁଣି ଥରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଏଥିସହିତ ସେ କହିଛନ୍ତି, ଦେଶରେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିପାରେ। ରାଜ୍ୟରେ କିଭଳି ସଂକ୍ରମଣ ନ ବଢ଼ିବ, ତାହାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏଥିପାଇଁ ପ୍ରସ୍ତୁତ ଅଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମହାପାତ୍ର କହିଛନ୍ତି, କରୋନା ରୋକିବାପାଇଁ ମାସ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣ ଭିଡ଼ଠୁ ଦୂରେଇ ରହିବା ଦରକାର। ଦିଲ୍ଲୀ ଓ ପଞ୍ଜାବରେ ସଂକ୍ରମଣ ହାର ବଢ଼ିବା ପରେ ସେଠାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

Read Also | Covid Cases Odisha: ଆଜି ଓଡିଶାରୁ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *