Covid Cases Odisha: ଓଡିଶାରୁ କମିଲା କରୋନା ସଂକ୍ରମଣ, ଆଜି ମାତ୍ର ଜଣେ ପଜିଟିଭ ଚିହ୍ନଟ

COVID_image
Share this:

ଭୁବନେଶ୍ଵର: Covid Cases Odisha ଓଡ଼ିଶାରେ ବର୍ତ୍ତମାନ କମିଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଆଜି ଶନିବାର ଗୋଟିଏ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ କୌଣସି ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସମ୍ବଲପୁରରୁ ଜଣେ ମାତ୍ର ବ୍ୟକ୍ତି କ୍ୱାରେଣ୍ଟିନ୍‍ରୁ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୫କୁ ଖସିଛି। ଅଧିକାଂଶ ଜିଲ୍ଲା ଏବେ କରୋନା ସଂକ୍ରମଣରୁ ମୁକ୍ତ ରହିଛି।

ଅନ୍ୟପକ୍ଷରେ ଦେଶର ଦିଲ୍ଲୀ ଓ ୟୁପି ସମେତ କେତେକ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ଓଡ଼ିଶାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ  ଜିଲ୍ଲାସ୍ତରରେ ଏଥିପାଇଁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁକୁହାଯାଇଛି। ଏବେ ବିଦ୍ୟାଳୟଗୁଡ଼ିକ ଖୋଲିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ସତର୍କ କରାଯାଇଛି। କୌଣସି ପିଲା ଥଣ୍ଡା ଜରରେ ଆକ୍ରାନ୍ତ ହେଲେ କିମ୍ବା ତା ଠାରେ କୋଭିଡ୍‍ ଲକ୍ଷଣ ଦେଖାଗଲେ ବିଦ୍ୟାଳୟ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୃ କ୍ଷଙ୍କୁ ରାଜ୍ୟ ସରକାର ଏହି ପରାମର୍ଶ ଦେଇଛନ୍ତି।

ଅପରପକ୍ଷରେ ଟିକାକରଣ ବଢ଼ାଇବା ଲାଗି ଘରୋଇ ହସ୍‍ପିଟାଲରେ ଟଙ୍କାଦେଇ ଟିକା ନେବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛି। ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୮୩ ହଜାର ପିଲା ପ୍ରଥମ ଡୋଜ୍‍ ନେଇସାରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୧୧ ଲକ୍ଷ ୬୧ ହଜାର ୪୨୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୯୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୭୧୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published.