Covid19 Odisha Updates: ରାଜ୍ୟରେ ଶହେ ତଳକୁ ଖସିଲା ଦୈନିକ କୋଭିଡ ସଂକ୍ରମଣ, ଆଜି ୮୩ ଚିହ୍ନଟ
ଭୁବନେଶ୍ଵର: Odisha Covid-19 Updates News ଆଜି ଓଡିଶାରେ ଦୈନିକ କରୋନା ସଂକ୍ରମଣ ଶହେ ତଳକୁ ଖସିଛି। ବର୍ତ୍ତମାନ ରାଜ୍ୟରେ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ଆଜି ୨୨ ଜିଲ୍ଲାରୁ ୮୩ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୨ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୋଳରୁ ଜଣେ, ବାଲେଶ୍ଵରରୁ ୪ଜଣ, ବରଗଡ଼ ଏବଂ ଭଦ୍ରକରୁ ଜଣେ ଲେଖାଏଁ, ବଲାଙ୍ଗୀରିରୁ ୪ଜଣ, କଟକରୁ ୫ଜଣ, ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମରୁ ୨ଜଣ, ଯାଜପୁରରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ ୪ଜଣ, ଖୋର୍ଦ୍ଧାରୁ ୫ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ୫ଜଣ, ନବରଂଗପୁରରୁ ୬ଜଣ, ନୟାଗଡରୁ ଜଣେ, ନୂଆପଡାରୁ ଜଣେ, ପୁରୀରୁ ଜଣେ, ସମ୍ବଲପୁରରୁ ୧୨ଜଣ, ସୋନପୁରରୁ ୫ଜଣ, ସୁନ୍ଦରଗଡରୁ ୧୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୮ ଲକ୍ଷ ୩୧ ହଜାର ୨୪୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୬ ହଜାର ୫୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୬ ହଜାର ୪୦୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୭୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।