Odisha: ସୁଶାସନ ଏବଂ ସୁପରିଚାଳିତ ରାଜ୍ୟ ତାଲିକାରେ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ

Share this:

ନୂଆଦିଲ୍ଲୀ: ପବ୍ଲିକ୍ ଆଫେୟାର୍ସ ଇଣ୍ଡେକ୍ସ (PAI) -୨୦୨୦ ଜନସମ୍ପର୍କ କେନ୍ଦ୍ର (PAC) ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ (Kerela) ଦେଶର ସବୁଠାରୁ ସୁପରିଚାଳିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ ବଡ ରାଜ୍ୟ ତାଲିକାର ତଳେ ରହିଛି। ଏଥିସହିତ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ ଅଛି। ଏହା ବେଙ୍ଗାଲୁରୁରୁ ପରିଚାଳିତ ଅଣ-ଲାଭ ସଂଗଠନ ଶୁକ୍ରବାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ସଂଗଠନର ସଭାପତି ହେଉଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର ପୂର୍ବତନ ମୁଖ୍ୟ କେ କସ୍ତୁରୀରାଙ୍ଗନ୍। ପିଏସି କହିଛି ଯେ ସ୍ଥାୟୀ ବିକାଶ ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ମାନ୍ୟତା ଏକୀକୃତ ସୂଚକାଙ୍କ ଉପରେ ଆଧାରିତ।

ରିପୋର୍ଟ ଅନୁଯାୟୀ, ଶାସନ କ୍ଷେତ୍ରରେ ବଡ ରାଜ୍ୟ ବର୍ଗର ଶ୍ରେଷ୍ଠ ଚାରିଟି ସ୍ଥାନ ହେଉଛି ଦକ୍ଷିଣ ରାଜ୍ୟ – କେରଳ (1.388 ), ତାମିଲନାଡୁ (0.912), ଆନ୍ଧ୍ରପ୍ରଦେଶ (0.531) ଏବଂ କର୍ଣ୍ଣାଟକ (0.468)। ସଂଗଠନ ଅନୁଯାୟୀ ଉତ୍ତରପ୍ରଦେଶ, ଓଡିଶା ଏବଂ ବିହାର ଏହି ବର୍ଗରେ ନିମ୍ନରେ ଅଛନ୍ତି। ଏହି ରାଜ୍ୟଗୁଡିକର PAI ସ୍କୋର ନକାରାତ୍ମକ (Minus Points) ଅଟେ। ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶରେ (-1.461), ଓଡିଶା (-1.201) ଏବଂ ବିହାରରେ –(1.158 ) PAI ପାଇଛି। ଏହି ତଥ୍ୟରୁ ଜଣାପଡୁଛି ଓଡ଼ିଶାରେ କେମିତି ଶାସନ ଚାଲିଛି।

ସେହିପରି ଛୋଟ ରାଜ୍ୟ ବର୍ଗରେ ଗୋଆ (1.745 PAI) ସହିତ ଶୀର୍ଷ ମାନ୍ୟତା ପାଇଛି। ଏହା ପରେ ମେଘାଳୟ (0.797), ଏବଂ ହିମାଚଳ ପ୍ରଦେଶ (0.725) ରହିଛି।  ଏହି ବର୍ଗର ସବୁଠାରୁ ଖରାପ ପ୍ରଦର୍ଶନକାରୀ ହେଉଛନ୍ତି ମଣିପୁର (- 0.363), ଦିଲ୍ଲୀ (- 0.289) ଏବଂ ଉତ୍ତରାଖଣ୍ଡ (- 0.277)।  PAC ଅନୁଯାୟୀ, 1.05 PAI ସହିତ ଚଣ୍ଡିଗଡ଼ ହେଉଛି ଦେଶର ସର୍ବୋତ୍ତମ ୟୁନିଅନ୍ ଅଞ୍ଚଳ।  ଏହା ପରେ ପୁଡୁଚେରୀ (0.52), ଲକ୍ଷ୍ମୀଦ୍ୱୀପ (0.003), ଦାଦ୍ରା ଏବଂ ନାଗର ହାଭେଲି (- 0.69) ଅଛି।

PAC ଅନୁଯାୟୀ, ନିରନ୍ତର ବିକାଶ ପରିପ୍ରେକ୍ଷୀରେ ସମାନତା, ବିକାଶ ଏବଂ ନିରନ୍ତରତା ଆଧାରରେ ଉତ୍ତମ ଶାସନକୁ ମୂଲ୍ୟାଙ୍କନ କରାଯାଇଥିଲା। ଏହି ଅବସରରେ କସ୍ତୁରୀରାଙ୍ଗନ କହିଛନ୍ତି ଯେ PAI-୨୦୨୦ରୁ ଆମେ ପାଇଥିବା ପ୍ରମାଣ ଏବଂ ଅନ୍ତର୍ଦୃଷ୍ଟି ଆମକୁ ଭାରତ ମଧ୍ୟରେ ଚାଲିଥିବା ଆର୍ଥିକ ତଥା ସାମାଜିକ ପରିବର୍ତ୍ତନ ବିଷୟରେ ବିଚାର କରିବାକୁ ବାଧ୍ୟ କରିଥାଏ।

Also Read | Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

Share this:

Leave a Reply

Your email address will not be published. Required fields are marked *