Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

Share this:

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣା (Covid-19 Guidelines) କୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥ (Sri Jagannath) ଙ୍କ ଶ୍ରୀମନ୍ଦିର (Sri Mandira) ସମେତ ଓଡ଼ିଶା (Odisha) ର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan )।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, କାର୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ଆତୁର ଥାଆନ୍ତି। କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଇତିମଧ୍ୟରେ ଭାରତବର୍ଷରେ କୋଭିଡ୍ କଟକଣାକୁ ମାନି ଅନେକ ରାଜ୍ୟରେ ମନ୍ଦିର ଖୋଲାଗଲାଣି। ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଏହି ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଭକ୍ତ ମାନଙ୍କ ପାଇଁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଏଥିସହିତ ରାଜ୍ୟ ସରକାର ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ କୋଭିଡ୍ ନିୟମ ପାଳନ କରିବାର ସମସ୍ତ ପ୍ରସ୍ତୁତି ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Also Read | Australia Covid 19: ୫ ମାସ ପରେ ପ୍ରଥମ ଥର ପାଇଁ, ଆଜି ଅଷ୍ଟ୍ରେଲିଆରୁ କୋଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି

Share this: