Covid-19 Angul: ଅନୁଗୁଳ ଜିଲ୍ଲାରୁ ପ୍ରଥମ ଥରପାଇଁ ଆଜି ରେକର୍ଡ ସଂଖ୍ୟକ ୩୯୩ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ କରୋନା (Corona Virus) ର ଗତି ତୀବ୍ର ହେବାରେ ଲାଗିଛି। ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଜିଲ୍ଲାରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଅନୁଗୁଳ ଜିଲ୍ଲାରେ ୩୯୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୪ ହଜାର ୬୬୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ୱାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୯୩ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୬୫ଜଣ, ଛେଣ୍ଡିପଦା ବ୍ଳକ ଅଂଚଳରୁ ୫୭ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୩୭ଜଣ, ଅନୁଗୁଳ ପୌରାଞ୍ଚଳରୁ ୩୭ଜଣ, ତାଳଚେର ପୌରାଞ୍ଚଳରୁ ୩୦ଜଣ, କିଶୋରନଗର ବ୍ଳକ୍ ଅଂଚଳରୁ ୨୮ଜଣ, ଅନୁଗୁଳ ବ୍ଳକ୍‌ ଅଂଚଳରୁ ୨୧ଜଣ, ପାଳଲହଡା ବ୍ଲକରୁ ୧୨ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ୧୧ଜଣ ଏବଂ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨ଜଣ ଅଛନ୍ତି।

ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୭୦ଜଣ ସୁସ୍ଥ ହୋଇଥିବା ଜଣାପଡିଛି।

amazon-adv

Related Post : Corona Odisha:କୋଭିଡ ଭୂତାଣୁ ଦ୍ୱାରା ସବୁ ବର୍ଗର ଲୋକ ହେଉଛନ୍ତି ଆକ୍ରାନ୍ତ,ଡବଲ୍ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଲେ ରାଜ୍ୟ ସରକାର

Share this: