Corona Odisha:କୋଭିଡ ଭୂତାଣୁ ଦ୍ୱାରା ସବୁ ବର୍ଗର ଲୋକ ହେଉଛନ୍ତି ଆକ୍ରାନ୍ତ,ଡବଲ୍ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଲେ ରାଜ୍ୟ ସରକାର

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Covid-19) ର ଦ୍ୱିତୀୟ ଲହରରେ ସଂକ୍ରମଣ ଅଧିକ ହେଉଛି। ଓଡ଼ିଶା (Odisha) ରେ ଦୈନିକ ୬ ହଜାରରୁ ଅଧିକ ଲୋକ କୋଭିଡ଼ରେ ସଂକ୍ରମିତ ହେଉଛନ୍ତି। କରୋନା ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ଡବଲ୍ ମାସ୍କ (Double Mask) ର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର। ଆଜି କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ ମିଟ୍‌ରେ ଡାକ୍ତର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି।

ଟିକା ନେଇଥିଲେ ପୁନଃ ସଂକ୍ରମଣର ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ସେ କହିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ସେ ପରାମର୍ଶ ଦେବା ସହ ମାସ୍କ ବ୍ୟବହାର ହିଁ ସବୁଠାରୁ ନିରାପଦ ଉପାୟ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଘରେ କିମ୍ବା ଗାଡି ଚାଳନା ବେଳେ ମଧ୍ୟ ମାସ୍କର ବ୍ୟବହାର ଅତ୍ୟନ୍ତ ଜରୁରୀ ଅଟେ। ଯୁବଗୋଷ୍ଠୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସେମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଥାଏ। ଏଣୁ ଡବଲ୍ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ସେହିପରି ଡାକ୍ତର ସଂପଦ ଦାସ କହିଛନ୍ତି ଯେ, ନୂଆ ଭୂତାଣୁର ଲକ୍ଷଣ ଭିନ୍ନ ରହିଛି। ତେବେ ନୂଆ ଭୂତାଣୁର ଚିକିତ୍ସା ପାଇଁ ଅକ୍ସିଜେନ ବ୍ୟବହାର ଅଧିକ ଦରକାର। ନୂଆ ଭୂତାଣୁ ଦ୍ୱାରା ସବୁ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି। କୋଭିଡରେ ଆକ୍ରାନ୍ତ ହେଲେ ହୋମ ଆଇସୋଲେସନରେ ରହିବା ଦରକାର। ଭୟଭୀତ ନହୋଇ ଅଯଥାରେ ଡାକ୍ତରଖାନାରେ ଭିଡ ନ ଜମାଇବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Mega-Summer-Appliances-Carnival---hero_V1_1500x600v2._CB670290629_

Also Read | Corona: ଜଣେ ସଂକ୍ରମିତ ରୋଗୀ ୪୦୬ ଲୋକଙ୍କୁ ସଂକ୍ରମିତ କରିପାରେ ଯଦି ସେ ସାମାଜିକ ଦୂରତା ଅନୁସରଣ କରନ୍ତି ନାହିଁ:କେନ୍ଦ୍ର ସରକାର

Share this: