Corona Vaccination:୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଆସନ୍ତା କାଲିଠାରୁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ

Share this:

ଭୁବନେଶ୍ଵର: ଦେଶରେ ବଢୁଥିବା କରୋନା (Corona) ର ଦ୍ଵିତୀୟ ଲହରକୁ ନେଇ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଆସନ୍ତାକାଲି ଠାରୁ ଦେଶବ୍ୟାପୀ ପଞ୍ଜୀକରଣ (Registration) ଆରମ୍ଭ ହେବ। ଏହି ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି କୋ-ୱିନ୍‍ ପୋର୍ଟାଲ (Co-Win Portal) କିମ୍ବା ଆରୋଗ୍ୟସେତୁ ଆପ୍‍ (Aarogya Setu App) ମାଧ୍ୟମରେ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିପାରିବେ। ହିତାଧିକାରୀଙ୍କୁ ମୋବାଇଲ ମେସେଜ୍‍ ଜରିଆରେ କେଉଁଠି ଓ କେଉଁ ସମୟରେ ଟିକା ଦିଆଯିବ ତାହା ଜଣାଇ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Related Post | Corona:ମେ ୧ରୁ ୧୮ବର୍ଷରୁ ଅଧିକ ନେଇପାରିବେ କରୋନା ଟୀକା, ଜାଣନ୍ତୁ Registration ପ୍ରକ୍ରିୟା, ଏପ୍ରିଲ୍ ୨୮ରୁ ପଞ୍ଜୀକରଣ ଆରମ୍ଭ

ସେ କହିଛନ୍ତି, ଆସନ୍ତା ମାସ ୧ ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣର ସଫଳ କାର୍ଯ୍ୟକାରିତା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଟିକାର ଉପଲବ୍ଧତାକୁ ନେଇ ଟିକାକରଣର ଦିନ ଓ ତାରିଖ ସମ୍ପର୍କରେ ନାଗରିକମାନଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ଡକ୍ଟର ପାଣିଗ୍ରାହୀ କହିଛନ୍ତି। କାରଣ ଦେଶବ୍ୟାପୀ ୧୮ ବର୍ଷ ବୟସର ନାଗରିକଙ୍କୁ ଟିକା ଦିଆଯିବାକୁ ସ୍ଥିର କରାଯାଇଥିବା ବେଳେ ରାଜ୍ୟରେ ଟିକା ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି ଗତକାଲି ରାଜ୍ୟର ୫୯୫ଟି କେନ୍ଦ୍ରରେ ମୋଟ୍‍ ୮୮ ହଜାର ୭୭୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଏହି ସମୟ ସୁଦ୍ଧା ୫୬ ଲକ୍ଷ ୩୯ ହଜାର ୧୫୦ ଡୋଜ୍‍ ଟିକା ଦିଆଯାଇଛି। ରାଜ୍ୟ ସରକାର ଇତିମଧ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ମାଗଣା ଟିକା ବିଷୟ ଘୋଷଣା କରିସାରିଥିବା ବେଳେ ଟିକା ପ୍ରଦାନ ନିୟମରେ କେତେକ କୋହଳ କରିଛନ୍ତି। ତଦନୁଯାୟୀ, ଘରୋଇ ଡାକ୍ତରଖାନାରେ ପ୍ରଥମ ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ଟିକା ନେଇଥିବା ବ୍ୟକ୍ତି ତାଙ୍କର ଦ୍ୱିତୀୟ ଡୋଜ୍‍ ସରକାରୀ ଡାକ୍ତରଖାନାରେ ନେଇପାରିବେ। ଅନ୍ୟପକ୍ଷରେ ପ୍ରଥମ ଡୋଜ୍‍ ଟିକା ପରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ୍ୟ ଦ୍ୱିତୀୟ ଡୋଜ୍‍ ଟିକା ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Mega-Summer-Appliances-Carnival---hero_V1_1500x600v2._CB670290629_

Also Read | Corona Vaccine Free:ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

Leave a Reply

Your email address will not be published. Required fields are marked *