Corona Vaccine Free:ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା (Corona) ସଂକ୍ରମଣ।  ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ରାଜ୍ୟର ୧୮ରୁ ୪୪ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା (Free Covid Vaccine) ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟର ରାଜକୋଷରୁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି “ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର, ମୁ ଚାହେଁ ମୋ ପରିବାର ନିରାପଦ ରହୁ।” ଟୀକା ଗ୍ରହଣକାରୀଙ୍କୁ ଟିକା ପାଇଁ ପଇସା ଦେବାକୁ ପଡ଼ିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ କରୋନା ନିୟମ ମାନିବାକୁ ନିବେଦନ କରିଛନ୍ତି।

Related Post | Free Covid Vaccine: ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ବିହାର ପରେ ବର୍ତ୍ତମାନ କେରଳରେ ମିଳିବ ସମସ୍ତଙ୍କୁ କରୋନା ମାଗଣା ଟୀକା

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ସୀମା ଟପିବାକୁ ଲାଗିଲାଣି। ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଦରକାର। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ। କିଏ ଜାଣେ ଫେରିବାବେଳେ କାରୋନା ଆପଣଙ୍କ ସାଙ୍ଗରେ ଘରକୁ ଆସି ନ ଥିବ ? ତେଣୁ ସତର୍କ ରୁହନ୍ତୁ। ସବୁବେଳେ ମାସ୍କ ଠିକ ଭାବରେ ପିନ୍ଧନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। ଲକଡାଉନ, ସଟଡାଉନ ମୁଁ କେବେ ବି ଚାହେଁନି। ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ। କିନ୍ତୁ ଅର୍ଥନୀତି ସହ ଜୀବନ ରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ। ଆମ ପାଇଁ ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ।  ଆମକୁ ଆଉ ଲକଡାଉନ୍ ଓ ସଟଡାଉନ୍ ସ୍ଥିତିକୁ ଯିବାର ନାହିଁ।

amazon-adv

Also Read | Corona:ମେ ୧ରୁ ୧୮ବର୍ଷରୁ ଅଧିକ ନେଇପାରିବେ କରୋନା ଟୀକା, ଜାଣନ୍ତୁ Registration ପ୍ରକ୍ରିୟା, ଏପ୍ରିଲ୍ ୨୮ରୁ ପଞ୍ଜୀକରଣ ଆରମ୍ଭ

Share this:

Leave a Reply

Your email address will not be published. Required fields are marked *