Covid-19 Angul: ବଢିଲା ଚିନ୍ତା, ଅନୁଗୁଳ ଜିଲ୍ଲାରୁ ପୁଣି ରେକର୍ଡ ସଂଖ୍ୟକ ୧୯୨ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ:ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ କରୋନା (Corona Virus) ର ଗତି ତୀବ୍ର ହେବାରେ ଲାଗିଛି। ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଅନୁଗୁଳ ଜିଲ୍ଲାରେ ୧୯୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୪ ହଜାର ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ୱାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ୩୧ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୨୮ଜଣ, ବଅଁରପାଳ ବ୍ଳକ୍‌ ଅଂଚଳରୁ ୨୮ଜଣ,  ଛେଣ୍ଡିପଦା ବ୍ଳକ ଅଂଚଳରୁ ୨୬ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୨୨ଜଣ, କିଶୋରନଗର ବ୍ଳକ୍ ଅଂଚଳରୁ ୨୧ଜଣ, ଅନୁଗୁଳ ପୌରାଞ୍ଚଳରୁ ୨୦ଜଣ, ଅନୁଗୁଳ ବ୍ଳକ୍‌ ଅଂଚଳରୁ ୧୧ଜଣ, ପାଳଲହଡା ବ୍ଲକ ରୁ ୩ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨ଜଣ ଅଛନ୍ତି।

Mega-Summer-Appliances-Carnival---hero_V1_1500x600v2._CB670290629_

ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୬୭ଜଣଙ୍କ ମଧ୍ୟରୁ  ୨୨ଜଣ ଆଦର୍ଶ କୋଭିଡ଼ କେୟାର ସେଣ୍ଟରରେ ଓ ୪୫ଜଣ ହୋମ Isolation ରେ ଥିବାର ଜଣାପଡିଛି।

Also Read |Weekend Shutdown: Oxygen Plant: ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ଦେଶର ପ୍ରତ୍ୟେକ ଜିଲ୍ଲାରେ ଅମ୍ଳଜାନ କାରଖାନା ହେବ ନିର୍ମାଣ

Share this: