Ahmedabad Textile: ଟେକ୍ସଟାଇଲ ଗୋଦାମରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର

Share this:

▶ ଗୋଦାମ ନିକଟରେ ଥିବା ବଏଲରରେ ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିଲା

▶ ରାସାୟନିକ ୟୁନିଟରେ ବିସ୍ଫୋରଣ ପରେ ଗୋଦାମ ଘର ଭୁଶୁଡି ପଡିଛି

ଅହମ୍ମଦାବାଦ: ବୁଧବାର ଅହମ୍ମଦାବାଦ (Ahmedabad) ର ଏକ ରାସାୟନିକ କାରଖାନାରେ ନିଆଁ ଓ ବିସ୍ଫୋରଣ ପରେ ନିକଟସ୍ଥ ଟେକ୍ସଟାଇଲ ଗୋଦାମର (Textile Godown) ଛାତ ଭୁଶୁଡି ପଡିଛି। ନିଆଁ ଗୋଦାମରେ ବ୍ୟାପି ଯାଇଥିଲା, ସେତେବେଳେ ସେଠାରେ ୨୪ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆବର୍ଜନା ତଳେ ପୋତି ହୋଇ ମୃତ୍ୟୁ ଘଟିଥିବା ବେଳେ ରାସାୟନିକ କାରଖାନାରେ ୫ ଟି ବିସ୍ଫୋରଣ ଘଟିଛି। ନାନୁଭାଇ ଇଷ୍ଟେଟରେ ଅବସ୍ଥିତ ଏକ ରାସାୟନିକ କାରଖାନାରେ ଏହି ଦୁର୍ଘଟଣା ଘଟିଛି। ଏକ ବଏଲର ନିଆଁରେ ପୋଡି ହୋଇଗଲା। ତା’ପରେ ଗୋଟିଏ ପରେ ଗୋଟିଏ ୫ ଟି ବିସ୍ଫୋରଣ ହୋଇଥିଲା। ରାସାୟନିକ କାରଖାନା ନିକଟରେ ଥିବା ପୋଷାକ ଗୋଦାମ ଏହି ବିସ୍ଫୋରଣ ଘେରରେ ଆସିଗଲା। ଗୋଦାମରେ କାମ କରୁଥିବା ଶ୍ରମିକମାନେ ଆବର୍ଜନା ତଳେ ପୋତିହୋଇ ନିଆଁରେ ପୋଡି ହୋଇଗଲେ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ୨୪ ଟି ଗାଡି କାର୍ଯ୍ୟରେ ଲାଗିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଟ୍ଵିଟ କରି ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

Also Read| Bus: ଧାର୍ଯ୍ୟ ଭଡା ଠାରୁ ଅଧିକା ପଇସା ନେଲେ ବସ ପରମିଟ କ୍ୟାନସେଲ ହେବ: ଓଡ଼ିଶା ପରିବହନ କମିସନର

Share this:

Leave a Reply

Your email address will not be published. Required fields are marked *