Covid-19 Odisha Report: ଆଜି ଓଡିଶାରୁ ଆଉ ୨୬୦୩ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Covid-19 Odisha Report ଓଡିଶାରେ ବର୍ତ୍ତମାନ କୋଭିଡ-୧୯ (Covid-19) ସଂକ୍ରମଣ କମୁଛି। ଆଜି ୨ ହଜାର ୬୦୩ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୪୯ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୫୨୧ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୮୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୦୨ଜଣ, ବାଲେଶ୍ଵରରୁ ୪୮ଜଣ, ବରଗଡ଼ରୁ ୫୧ଜଣ, ଭଦ୍ରକରୁ ୩୭ଜଣ, ବଲାଙ୍ଗୀରିରୁ ୬୦ଜଣ, ବୌଦରୁ ୩୭ଜଣ, କଟକରୁ ୨୦୫ଜଣ, ଦେଓଗଡ଼ରୁ ୨୧ଜଣ, ଢେଙ୍କାନାଳରୁ ୬୪ଜଣ, ଗଜପତିରୁ ୬୪ଜଣ, ଗଞ୍ଜାମରୁ ୮୫ଜଣ, ଜଗତସିଂପୁରରୁ ୬୦ଜଣ, ଯାଜପୁରରୁ ୧୩୩ଜଣ, ଝାରସୁଗୁଡାରୁ ୫୭ଜଣ, କଳାହାଣ୍ଡିରୁ ୬୦ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାପଡ଼ାରୁ ୬୩ଜଣ, କେଉଁଝରରୁ ୪୩ଜଣ, କୋରପୁଟରୁ ୯୪ଜଣ, ମାଲକାନଗିରିରୁ ୧୯ଜଣ, ମୟୁରଭଞ୍ଜରୁ ୧୦୪ଜଣ, ନବରଙ୍ଗପୁରୁ ୬୨ଜଣ, ନୟାଗଡ଼ରୁ ୬୭ଜଣ, ନୂଆପଡ଼ାରୁ ୮୭ଜଣ, ପୁରୀରୁ ୪୧ଜଣ, ରାୟଗଡାରୁ ୮୧ଜଣ, ସମ୍ବଲପୁରରୁ ୮୮ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡରୁ ୨୦୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୯ ଲକ୍ଷ ୩୬ ହଜାର ୩୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୪ ହଜାର ୭୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬ ହଜାର ୧୦୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୨୮ହଜାର ୯୭୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬ ହଜାର ୯୬୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | School Reopens: ଆସନ୍ତା ୭ରୁ ଖୋଲିବ ସ୍କୁଲ ସହିତ ସମସ୍ତ ଶିକ୍ଷାନୁଷ୍ଠାନ

Share this: