Covid-19 Odisha Report: ଓଡ଼ିଶାରେ ଆଜି ପୁଣି ବଢିଲା କରୋନା ସଂକ୍ରମଣ, ୩୪୫୦ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଗତକାଲି ଓଡିଶାରେ ୩ ହଜାର ୮୬ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଥିଲେ କିନ୍ତୁ ଆଜି ସଙ୍କ୍ରମିତଙ୍କ ସଂଖ୍ୟା ବଢି ୩ ହଜାର ୪୫୦ ହୋଇଛି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୪୩୬ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦୧୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୩୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରେ ଆଜି ପଜିଟିଭ ସଂଖ୍ୟା ବଢି ୧୫୨ ହୋଇଛି। ସେହିପରି, ବାଲେଶ୍ଵରରୁ ୧୦୫ଜଣ, ବରଗଡ଼ରୁ ୮୨ଜଣ, ଭଦ୍ରକରୁ ୫୨ଜଣ, ବଲାଙ୍ଗୀରିରୁ ୧୦୩ଜଣ, ବୌଦରୁ ୫୩ଜଣ, କଟକରୁ ୨୦୨ଜଣ, ଦେଓଗଡ଼ରୁ ୭୧ଜଣ, ଢେଙ୍କାନାଳରୁ ୩୫ଜଣ, ଗଜପତିରୁ ୭୩ଜଣ, ଗଞ୍ଜାମରୁ ୬୪ଜଣ, ଜଗତସିଂପୁରରୁ ୬୪ଜଣ, ଯାଜପୁରରୁ ୭୩ଜଣ, ଝାରସୁଗୁଡାରୁ ୫୫ଜଣ, କଳାହାଣ୍ଡିରୁ ୬୩ଜଣ, କନ୍ଧମାଳରୁ ୪୪ଜଣ, କେନ୍ଦ୍ରାପଡ଼ାରୁ ୬୦ଜଣ, କେଉଁଝରରୁ ୩୯ଜଣ, କୋରପୁଟରୁ ୫୩ଜଣ, ମାଲକାନଗିରିରୁ ୧୬ଜଣ, ମୟୁରଭଞ୍ଜରୁ ୧୮୦ଜଣ, ନବରଙ୍ଗପୁରୁ ୯୯ଜଣ, ନୟାଗଡ଼ରୁ ୧୨୫ଜଣ, ନୂଆପଡ଼ାରୁ ୧୮୧ଜଣ, ପୁରୀରୁ ୭୨ଜଣ, ରାୟଗଡାରୁ ୩୬ଜଣ, ସମ୍ବଲପୁରରୁ ୧୩୧ଜଣ, ସୋନପୁରରୁ ୨୧ଜଣ, ସୁନ୍ଦରଗଡରୁ ୨୮୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୪୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୭ ଲକ୍ଷ ୪୫ ହଜାର ୫୨୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୫୫ ହଜାର ୭୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୭୬୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୯ ହଜାର ୩୧୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ୭୬୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | School Closed: କରୋନା କାଳରେ ସ୍କୁଲ, କଲେଜ ବନ୍ଦ ପାଇଁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ

Share this: