Covid-19 Odisha Report: ଓଡ଼ିଶାରରୁ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ଅନୁଗୁଳରୁ ସର୍ବାଧିକ

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଆଉ ୬୮ଜଣଙ୍କ ଜୀବନ ନେଇଛି କରୋନା (Coronavirus)। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୯୦୨ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଅନୁଗୁଳରୁ ଜିଲାରୁ ସର୍ବାଧିକ ୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାରୁ ୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ଵର ଏବଂ ପୁରୀରୁ ୫ଜଣ ଲେଖାଏଁ  ମୃତ୍ୟୁବରଣ କରିଥିବାବେଳେ କଟକ ଏବଂ ମୟୁରଭଞ୍ଜ ଜିଲାରୁ ୪ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ଼, ବଲାଙ୍ଗୀରି, କେଉଁଝର, କେନ୍ଦ୍ରାପଡ଼ା ଏବଂ ନୟାଗଡରୁ ୩ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଭଦ୍ରକ, ଜଗତସିଂପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ ସମ୍ବଲପୁରରୁ ୨ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।  ବୌଦ, ଯାଜପୁର ଏବଂ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୦ ଲକ୍ଷ ୨୨ ହଜାର ୬୭୭ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୭ ହଜାର ୨୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୮୪୧ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୫୪ ହଜାର ୯୨୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ହଜାର ୩୮୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this: