New Covid Guidelines Odisha:ଅଗଷ୍ଟ ମାସ ପାଇଁ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି, ୨ଡୋଜ ଟୀକା ଜରୁରୀ

Share this:

ଭୁବନେଶ୍ଵର: ଓଡ଼ିଶାରେ (Odisha) ରେ ବର୍ତ୍ତମାନ କରୋନା (Coronavirus) ର ପ୍ରକୋପ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସ ପାଇଁ ନୂଆ କୋଭିଡ୍ ଗାଇଡଲାଇନ୍‌ (New Covid Guidelines) ଜାରି କରାଯାଇଛି। ଆଜି ଏସ୍‌ଆରସି (SRC) ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି। ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ଅଳ୍ପ ଅଛି। ପୁରୀ, କଟକ ଏବଂ ଭୁବନେଶ୍ଵରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ। ପୂର୍ବ ପରି ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

ଆଜିର ସୂଚନାଅନୁସାରେ ରାଜ୍ୟରେ ସପିଂ ମଲ, ସିନେମା ହଲ, ପାର୍କ ଆଦି ଖୋଲିବାକୁ ଅନୁମତି ମିଳିଛି। ଏ ସମ୍ପର୍କରେ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ସିନେମା ହଲ, ସପିଂ ମଲ ଓ ପାର୍କ ଆଦିକୁ ଖୋଲିବାକୁ ଅନୁମତି ଦିଆଯିବ। ତେବେ ସଂପୂର୍ଣ୍ଣ କୋଭିଡ କଟକଣା ଓ ସତର୍କତା ସହ ଏସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ସିନେମା ହଲ ଗୁଡ଼ିକୁ ସିଟ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ। ଦୁଇଟି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ସିନେମା ହଲ ଓ ସପିଂ ମଲରେ ପ୍ରବେଶ କରିପାରିବେ।

କିନ୍ତୁ ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ସେ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ କଟକଣା ଅନୁସାରେ ଶ୍ରଦ୍ଧାଳୁ ଭୋଗ ନେଇ ଯାଇପାରିବେ ନାହିଁ। ସାରା ରାଜ୍ୟରେ ସକଳ ୬ରୁ ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର। ପାର୍କ, ମଲ୍, ସମୁଦ୍ର କୂଳ, ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ। ସମସ୍ତ ଆହାର କେନ୍ଦ୍ର ଖୋଲାରହିବ। ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ। ବିବାହ ଭୋଜି ଉପରେ ପୂର୍ବପରି କଟକଣା ଜାରି ରହିବ। ବିବାହରେ ୨୫, ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି।

ସେହିପରି କୋହଳ ହୋଇଥିବା ସ୍ଥାନମାନଙ୍କରେ କୋଭିଡ କଟକଣା କଡାକଡି ପାଳନ କରିବାକୁ ନିର୍ଦେଶାବଳୀ ଜାରି ହୋଇଛି। ରାଜ୍ୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା। ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିବ। ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ। ଅଧିକ ସଂଖ୍ୟକ କିମ୍ବା ଠିଆ ହୋଇ ଯାଇପାରିବେ ନାହିଁ ଯାତ୍ରୀ। ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ଅନୁମତି ବନ୍ଦ କରାଯାଇଛି।

[amazon_auto_links id=”9939″]

Also Read | Odisha Covid Updates:ଓଡ଼ିଶାରେ କମୁଛି ସଂକ୍ରମଣ; ଆଜି ୧୫୭୮ଜଣ ପଜିଟିଭ ଚିହ୍ନଟ

Share this: