IPS Bharti Arora ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରିବା ପାଇଁ ଛାଡ଼ିବେ ଚାକିରୀ, ନେବେ VRS

Share this:

ଚଣ୍ଡିଗଡ଼: ହରିୟାଣା (Haryana) ର ବରିଷ୍ଠ ଆଇପିଏସ୍ ଅଧିକାରୀ ଭାରତୀ ଆରୋରା (IPS Bharti Arora) ଙ୍କ ସ୍ୱେଚ୍ଛାକୃତ ଅବସର (VRS) ନେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ କୃଷ୍ଣ ଭକ୍ତିରେ ଅବତୀର୍ଣ୍ଣ ହେବାକୁ ଚାହୁଁଛନ୍ତି ତେଣୁ ସ୍ୱେଚ୍ଛାକୃତ ଅବସର ନେବାକୁ ଦାବି କରିଛନ୍ତି। ବର୍ତ୍ତମାନ ଅମ୍ବାଲା ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (IGP Ambala) ଭାବରେ ପୋଷ୍ଟ ହୋଇଥିବା ଭାରତୀ କହିଛନ୍ତି ଯେ ସେ ସାରା ଜୀବନ ଭଗବାନ କୃଷ୍ଣ (Lord Sri Krishna) ଙ୍କ ସେବାରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ସେ ତାଙ୍କର ୨୩ ବର୍ଷର ସେବାରେ ଦୁଃସାହସିକ କାର୍ଯ୍ୟ କରିଛନ୍ତି।

ରିପୋର୍ଟ ଅନୁଯାୟୀ ବରିଷ୍ଠ ଆଇପିଏସ୍ ଅଧିକାରୀ ଭାରତୀ ଆରୋରା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁରୋଧ କରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ମନୋଜ ଯାଦବଙ୍କ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନଙ୍କୁ ପଠାଇଥିବା ଚିଠିରେ ସେ ଲେଖିଛନ୍ତି, ‘ମୁଁ ଅଲ ଇଣ୍ଡିଆ ସର୍ଭିସେସ୍ (DCRB) ନିୟମ ୧୯୫୮ ର ନିୟମ ୧୬ (୨) ଅନୁସାରେ ୫୦ ବର୍ଷ ବୟସରେ ସ୍ୱେଚ୍ଛାକୃତ ଅବସର ନେବାକୁ  ୧ ଅଗଷ୍ଟ ୨୦୨୧ ରେ ଏକ ଆବେଦନ ଦାଖଲ କରିବି।

୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଭାରତୀ ଅରୋରା କହିଛନ୍ତି ଯେ ବର୍ତ୍ତମାନ ସେ ଜୀବନର ମୂଳ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ସେ ସାରା ଜୀବନ ଭଗବାନ କୃଷ୍ଣଙ୍କ ଭକ୍ତିରେ ଉତ୍ସର୍ଗ କରିବା ପାଇଁ ଚାହାଁନ୍ତି। ସେ ଗୁରୁ ନାନକ ଦେବ, ଚୈତନ୍ୟ ମହାପ୍ରଭୂ, କବୀରଦାସ, ତୁଲସିଦାସ, ସୁରଦାସ, ମିରବାଇ, ସୁଫି ପରି ପବିତ୍ର ସାଧୁମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ଚାହାଁନ୍ତି। ଭାରତୀ କହିଛନ୍ତି ଯେ ସେ ତାଙ୍କ ସେବାକୁ ସର୍ବଦା ନିଜ ଗର୍ବ ଏବଂ ଆବେଗ ଭାବରେ ଗ୍ରହଣ କରିଥିଲେ ଏବଂ ୨୩ ବର୍ଷ ସେବା ସମାପ୍ତ କରିବା ପରେ ବର୍ତ୍ତମାନ ସ୍ୱେଚ୍ଛାକୃତ ଅବସର ଚାହୁଁଛନ୍ତି।

ସୁଚନାଯୋଗ୍ୟ ଜଣେ ଆଇପିଏସ୍ ଅଧିକାରୀ ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ଭାରତୀ ଅରୋରା ୨୦୦୭ରେ ସମଝୋତା ଏକ୍ସପ୍ରେସ ଟ୍ରେନ୍ ବିସ୍ଫୋରଣ (Samjhauta Express Train Blast Case)ମାମଲାକୁ ତତ୍କାଳୀନ ପୋଲିସ ଅଧୀକ୍ଷକ (ରେଳବାଇ) ଭାବରେ ପରିଚାଳନା କରିଥିଲେ। ଅମ୍ବାଲା ପୋଲିସର ଅଧୀକ୍ଷକ ଭାବରେ ସେ ୨୦୦୯ ମସିହାରେ ତତ୍କାଳୀନ ବିଜେପି ବିଧାୟକ ଅନିଲ ଭିଜଙ୍କୁ ଗିରଫ କରି ଚର୍ଚ୍ଚାରେ ଥିଲେ।

Also Read | Covid-19 Odisha Report: ଓଡ଼ିଶାରରୁ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ଅନୁଗୁଳରୁ ସର୍ବାଧିକ

Share this:

Leave a Reply

Your email address will not be published. Required fields are marked *