SAFAL: କୃଷି ଋଣ ମିଳିବା ହେଲା ସହଜ, ସଫଳ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Share this:

ଭୁବନେଶ୍ଵର: Safal – Simplified Application For Agriculture Loans ଆଜିଠାରୁ ଓଡ଼ିଶା ଚାଷୀଙ୍କ ପାଇଁ ଆହୁରି ସହଜ ହେଲା କୃଷି ଏବଂ କୃଷି ଉଦ୍ୟୋଗ ଋଣ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ (Safal)। ସଫଳ ହେଉଛି ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ।

ଓଡ଼ିଶାର ଚାଷୀ ଭାଇଭଉଣୀମାନେ www.safal.odisha.gov.in ରେ କୃଷି ଋଣ ପାଇଁ ସହଜ ଏବ ସୁବିଧାରେ ବର୍ତ୍ତମାନ ଆବେଦନ କରିପାରିବେ। ସଫଳ ପୋର୍ଟାଲ କୃଷକ ଓଡ଼ିଶା ଡାଟାବେଶ (Krushak Odisha Database) ସହ ସଂଯୁକ୍ତ ହେବ। ଏଥିରେ ୪୦ରୁ ଅଧିକ ବ୍ୟାଙ୍କ ଯୋଡିହେବେ। ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଆବେଦନ ସୁବିଧା ରହିଛି। ସେହିପରି ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ଅପଲୋଡ ହୋଇଛି। ନିଜେ ଅନଲାଇନ ଆବେଦନ ସୁବିଧା ସହିତ “ମୋ ସେବା କେନ୍ଦ୍ର” ରୁ ଆବେଦନ କରିବାର ସୁବିଧା ରହିଛି। ଏଥିରେ କୃଷି ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ଏହି ପୋର୍ଟାଲରେ ରହିଛି। ଅଧିକ ସୂଚନା ପାଇଁ କୃଷି ହେଲ୍ପଲାଇନ ୧୫୫୩୩ ନମ୍ବରକୁ ଯୋଗାଯୋଗ କରିପାରିବେ।

amazon sale

ଆଜି ସନ୍ଧ୍ୟା ସାଢେ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଦ୍ଵାରା ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ସଫଳ’ ଆମ ରାଜ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରିବ ଏବଂ କମ୍ ସମୟ ମଧ୍ୟରେ ଆମ କୃଷକଙ୍କ ଆର୍ଥିକଶକ୍ତି ବୃଦ୍ଧି ପାଇଁ ଏକ ସୁବିଧାକାରୀ ମାଧ୍ୟମ ହେବ। କୃଷକମାନେ ଆମର ଅର୍ଥନୀତିର ମେରୁଦଣ୍ଡ। ଆମ ଦେଶର ବିକାଶ ଚାକିକାଠି ହେଉଛନ୍ତି କୃଷକ ଏଣୁ ସେମାନେ ଉନ୍ନତି କରିପାରିଲେ ଆମେ ଉନ୍ନତି ପଥରେ ଅଧିକ ଅଗ୍ରସର ହୋଇପାରିବା। ଆମ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛି। କୃଷକଙ୍କ ଆୟ ବୃଦ୍ଧିରେ ସରକାର ପଦକ୍ଷେପ ନେଇ ଏକ ବ୍ୟାପକ ତଥା ଅନ୍ତର୍ଭୂକ୍ତ ରାଜ୍ୟ କୃଷି ନୀତି ଦ୍ୱାରା ସମର୍ଥିତ ବିଭିନ୍ନ ହସ୍ତକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Post | Krushak Odisha Registration: ଏଥର PM Kisan ଓ Kalia Yojana ରୁ ବାଦ ପଡ଼ିବେ ବହୁ ଚାଷୀ; ଶୀଘ୍ର କରନ୍ତୁ ପଞ୍ଜୀକରଣ

YOU MIGHT ALSO LIKE IT

Share this:

Leave a Reply

Your email address will not be published. Required fields are marked *