Actor Vikram Gokhale: ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ, ୪୦ ବର୍ଷ ଧରି ସିନେମାରେ ଜଡ଼ିତ

Share this:

ମୁମ୍ବାଇ: Actor Vikram Gokhale ଆଜି ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଚଳିତ ୫ ନଭେମ୍ଵରରେ ସ୍ଵାସ୍ଥ୍ୟାବସ୍ଥା ଅବନତି ହେବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଅସୁସ୍ଥତା କାରଣରୁ ପୁଣେରେ ଥିବା ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ବିକ୍ରମ ଗୋଖଲେ (Actor Vikram Gokhale) ଙ୍କ ର ଚିକିତ୍ସା ଚାଲିଥିଲା। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଳା ଯାହାକୁ ପରିବାର ଲୋକେ ଏହାକୁ ଖଣ୍ଡନ କରିଥିଲେ ହେଲେ ଗୋଟିଏ ଦିନ ପ‌ରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଖବର ଶୁଣି ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Advertisement

bolt-smart-watch

ବିକ୍ରମ ଗୋଖଲେ ଅନେକ ମରାଠୀ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ସେ ଅଗ୍ନିପଥ, ହମ ଦିଲ୍‌ ଚୁକେ ମିଶନ, ମଙ୍ଗଲ, ହିଚକି, ୟାରି, ବାଙ୍ଗ ବାଙ୍ଗ, ଦେ ଦନା ଦନ ଓ ଭୂଲ ଭୂଲେୟାରେ ଆଦି ଲୋକପ୍ରିୟ ସିନେମରେ ଅଭିନୟ କରିଥିଲେ। ଦୀର୍ଘ ୪୦ ବର୍ଷ ଧରି ସିନେମା ଜଗତ ସହ ଜଡ଼ିତ ଥିଲେ। ବିକ୍ରମ ଗୋଖଲେ ଏକାଧିକ ଟିଭି ଶୋ’ରେ ମଧ୍ୟ ନଜର ଆସିଥିଲେ।

ସୂଚନାଯୋଗ୍ୟ ବିକ୍ରମ ଗୋଖଲେ ୧୯୭୧ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରୱାନା’ରୁ ବଲିଉଡରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ମରାଠୀ ଚଳଚ୍ଚିତ୍ର ‘ଅନୁମାଟି’ ରେ କାମ କରି ୨୦୧୦ରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପାଇଥିଲେ।

Read Also | Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

Share this:

Leave a Reply

Your email address will not be published. Required fields are marked *