Corona Virus India:ଦେଶରେ କୋଭିଡ୍‍ ଆରୋଗ୍ୟହାର ବଢୁଛି

Share this:

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ (Covid-19) ଆରୋଗ୍ୟ ହାର ୯୩.୦୫  ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାରରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମୁଦାୟ ସୂଚନା ଅନୁସାରେ ୮୧ ଲକ୍ଷ ୬୩ ହଜାରରୁ ଅଧିକ ଲୋକ କୋଭିଡ୍‍ ସଂକ୍ରମଣରୁ ଆରୋଗ୍ୟଲାଭ କରିଛନ୍ତି।

ଦେଶରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୦ ହଜାର ସକ୍ରିୟ ମାମଲା ରହିଥିବାର ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୬୪୪ଟି ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସକ୍ରିୟ ମାମଲା ୮୭ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କର ତ୍ୱରିତ ପଦକ୍ଷେପ ଏବଂ ସଠିକ୍‍ କାର୍ଯ୍ୟଶୈଳୀ ଯୋଗୁଁ ଆରୋଗ୍ୟ ହାର ଅଧିକା ରହିବା ସହିତ ମୃତ୍ୟୁହାର ହ୍ରାସପାଇଛି। ବର୍ତ୍ତମାନ ମୃତ୍ୟୁହାର ୧.୪୭ ପ୍ରତିଶତ ରହିଛି, ଯାହାକି ବିଶ୍ୱ ମୃତ୍ୟୁହାର ତୁଳନାରେ ସବୁଠାରୁ କମ୍‍ ଅଟେ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୪୦ ଜଣଙ୍କର ପ୍ରାଣହାନୀ ଘଟିବା ପରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୨୯ ହଜାର ୧୮୮ରେ ପହଞ୍ଚିଛି। ଭାରତୀୟ ଭେଷଜ ଗବେଷଣା କେନ୍ଦ୍ର (ICMR) ସୂଚନା ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ୨୯ ହଜାର ନମୂନା ପରୀକ୍ଷା କରାଯାଇ ଥିବାବେଳେ ସମୁଦାୟ ୧୨ କୋଟି ୪୦ ଲକ୍ଷ ନମୂନା ପରୀକ୍ଷା କରାଯଇଛି।

Also Read | Odisha Covid-19: ଆଜି ରାଜ୍ୟରେ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this: