America Covid-19: ଆମେରିକାରେ ହେବନାହିଁ ଲକଡାଉନ, କିଛି ସପ୍ତାହ ମଧ୍ୟରେ ଟିକା ଉପଲବ୍ଧ :ଟ୍ରମ୍ପ

Share this:

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫.୩୭ କୋଟିରୁ ଅଧିକ ସଂକ୍ରମିତ, ୧୩.୦୮ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୩.୭୫ କୋଟି ସୁସ୍ଥ ହୋଇଛନ୍ତି

ଯୁକ୍ତରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧କୋଟିରୁ ଅଧିକ, ଏପର୍ଯ୍ୟନ୍ତ ୨.୪୯ ଲକ୍ଷ ଲୋକ ପ୍ରାଣ ହରାଇଲେଣି

ବିଶ୍ୱରେ କରୋନା (Corona Virus) ରୋଗୀଙ୍କ ସଂଖ୍ୟା ୫.୩୭ କୋଟି ଅତିକ୍ରମ କରିଛି। ୩ କୋଟିରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟାଗୁଡିକ www.worldometers.info/coronavirus ଅନୁଯାୟୀ।

ନିର୍ବାଚନରେ ​​ହାରିଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (America President Donald Trump) ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ଆସିଥିଲେ। ସେ ପୁଣି ଥରେ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ କରୋନା ଟିକା (Corona Vaccine) ଖୁବ୍ ଶୀଘ୍ର ଏବଂ କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ। ଆମେରିକାରେ ଲକଡାଉନ୍ ଲାଗୁ ହେବ ନାହିଁ।

Vaccine: କରୋନା ଟୀକା Pfizer ମିଳିଯିବ, ହେଲେ ଟୀକା ରଖିବାକୁ ନେଇ ଭାରତ ଅଡୁଆରେ, ଦରକାର -୭୦ ଡିଗ୍ରୀ ତାପମାତ୍ରା

ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୈନିକ ଏକ ଲକ୍ଷରୁ ଅଧିକ ଆସୁଛି। ଏହା କ୍ରମାଗତ ଅଷ୍ଟମ ଦିନ ଯେତେବେଳେ ଆମେରିକାରେ ଏକ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି। ପ୍ରକାଶ ଥାଉକି, ସମାନ ଅବଧିରେ ବୁଧବାର ଦିନ ଏକ ଲକ୍ଷ ୪୨ ହଜାର ମାମଲା ମଧ୍ୟ ହୋଇଥିଲା।

Also Read| Corona Vaccine News: ଫାର୍ମା କମ୍ପାନୀ ଫାଇଜରର ଦାବି, କରୋନା ଟିକା ପରୀକ୍ଷଣରେ ୯୦% ପ୍ରଭାବଶାଳୀ

[amazon_auto_links id=”9932″]

Share this: