Odisha: ଓଡିଶାର ବିରଜୁ ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ଫେରିଲେ, ଭୁଲି ଯାଇଛନ୍ତି ନିଜ ଭାଷା

Share this:

ଭୁବନେଶ୍ୱର: ଏ କାହାଣୀ କୌଣସି ସିନେମା କାହାଣୀ ଠାରୁ କମ୍ ନୁହେଁ।ସେ କେବେ ଭାବିନଥିଲେ ଯେ ପୁଣି ନିଜ ଜନ୍ମମାଟି ଗାଁକୁ ଫେରିବେ ବୋଲି।   ପାକିସ୍ତାନ (Pakistan) ର ଲାହୋରରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଓଡିଶା (Odisha) ର ୫୦ବର୍ଷିୟ ବିରଜୁ (Birju) ଶେଷରେ ନିଜ ଦେଶକୁ ଫେରିଛନ୍ତି।

ସୁନ୍ଦରଗଡ(Sundergargh) ଜିଲ୍ଲାର ବାସିନ୍ଦା ବିରଜୁ ଶୁକ୍ରବାର ତାଙ୍କ ଘରେ ପହଞ୍ଚିଛନ୍ତି। ସୀମାରେ ବୁଲାବୁଲି ହେତୁ ସେ ହଠାତ୍ କେତେବେଳେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ ଜାଣି ପାରିନଥିଲେ। ବିରଜୁ ତାଙ୍କ ଗାଁରେ ପହଞ୍ଚିବା ମାତ୍ରେ ଲୋକମାନେ ତାଙ୍କୁ ସାଦ୍ରି ଭାଷାରେ ଗୀତ ଓ ନାଚ କରି ସ୍ୱାଗତ କରିଥିଲେ। ଜଣେ ସରକାରୀ ଅଧିକାରୀ କହିଛନ୍ତି, ମାନସିକ ସ୍ତରରେ ଅସ୍ଥିର ଥିବା ବିରଜୁ ରହସ୍ୟମୟ ଅବସ୍ଥାରେ ନିଖୋଜ ହୋଇଯାଇଥିଲେ। ଭାରତ ପାଇଁ ଗୁପ୍ତଚର ଅଭିଯୋଗରେ ତାଙ୍କୁ ପାକିସ୍ତାନ ଜେଲରେ ରଖାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏକ ଟିମ୍ ଗତ ସପ୍ତାହରେ ଅମୃତସର (Amritsar) ଯାଇ ତାଙ୍କୁ ନିଜ ଗାଁକୁ ନେଇ ଯାଇଥିଲେ। ଅମୃତସରର କୋଭିଡ ହସ୍ପିଟାଲରେ ବିରଜୁଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ତଥାପି ବିରଜୁ ଓଡିଆ ଏବଂ ଆଦିବାସୀ ଉପଭାଷା ସାଦ୍ରି ପାକିସ୍ତାନରେ ଏତେ ଦିନ ରହିବା ପରେ ଭୁଲି ଯାଇଛନ୍ତି। ବିରଜୁ ହିନ୍ଦୀ ଭାଷାରେ କହୁଛନ୍ତି।

Also Read | Odisha : ଓଡ଼ିଶା ଚାଷୀଙ୍କୁ ମିଳିବ ‘କୃଷକ ପରିଚୟ ପତ୍ର’

Share this:

Leave a Reply

Your email address will not be published. Required fields are marked *