Odisha : ଓଡ଼ିଶା ଚାଷୀଙ୍କୁ ମିଳିବ ‘କୃଷକ ପରିଚୟ ପତ୍ର’

Share this:

ଭୁବନେଶ୍ଵର: ଏଥର ରାଜ୍ୟର ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ, ଯାହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କହିଛନ୍ତି।  

୫ଟି (5-T) କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ଗତକାଲି କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‍ (Database), କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଅନ୍‍ଲାଇନ୍‍ ଲାଇସେନ୍ସ ପ୍ରଦାନ(Online Lincence), ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ଆଦି ବିଭିନ୍ନ ଅନ୍‍ଲାଇନ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୬୭ ଲକ୍ଷ ଚାଷୀମାନଙ୍କୁ ନେଇ ଏକ କୃଷକ ଡାଟାବେସ୍‍ ପ୍ରସ୍ତୁତ କରାଯିବା ବହୁତ ଭଲ ଉଦ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୦୦ ଦିନ ମଧ୍ୟରେ ଏହି ଡାଟାବେସ୍‍ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ସେହିପରି କୃଷି ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ବିଭାଗକୁ ଚାଷୀମାନଙ୍କ ସହିତ ସିଧାସଳଖ ଯୋଡିବା ସହଜ ହେବ।

ବର୍ତ୍ତମାନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‍ଲାଇନ୍‍ ସାର୍ଟିଫିକେଟ୍‍ ଓ ମାର୍କସିଟ୍‍ (Mark Sheet) ଆଦି ୯ଟି ସେବା କାର୍ଯ୍ୟକ୍ରମର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ସେହିପରି ୫ଟି କାର୍ଯ୍ୟକ୍ରମକୁ କୃଷି ବିଭାଗ ନିଷ୍ଠାର ସହ ପାଳନ କରୁଛି ବୋଲି ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ (Arun Sahoo) କହିଛନ୍ତି। ବିଭାଗୀୟ ସଚିବ ସୌରଭ ଗର୍ଗଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Also Read | Diwali: ବିନ୍ଦୁସାଗରରେ ଏବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ; ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ବନ୍ଦ

Share this:

Leave a Reply

Your email address will not be published. Required fields are marked *