ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମ ପଞ୍ଚାୟତ ୨୦ ଜୁଲାଇ ରୁ ୨୬ ଜୁଲାଇ ପର୍ଯ୍ୟନ୍ତ ସଟ୍ ଡାଉନ

Share this:

ଅନୁଗୋଳ : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡ଼ା ଗ୍ରାମପଞ୍ଚାୟତ ରେ ୫ ଜଣ ସଂକ୍ରମିତ ଚିହ୍ନଟ ହେବାପରେ,ପଞ୍ଚାୟତ ର ସମସ୍ତ ରାଜସ୍ଵ ଗ୍ରାମ ସହିତ ବଡଯୋରଡ଼ା,ସାନସିଂହଡା,କଳିଙ୍ଗ କଲୋନୀ ,ନନ୍ଦିରା କଲୋନୀ ,ଭରତପୁର କଲୋନୀ,ଜଗନ୍ନାଥ କଲୋନୀ ଓ ସେଣ୍ଟ୍ରାଲୱାର୍କ ଶପ କଲୋନୀ ଅଞ୍ଚଳ ଗୁଡିକୁ ୨୦ ଜୁଲାଇ ଦିବା ୨ ଘଟିକା ସମୟ ଠାରୁ ଆସନ୍ତା ୨୬ ଜୁଲାଇ ରାତି ୧୦ ଟା ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ର ଜନସାଧାରଣ ଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ତା କୁ ପ୍ରାଥମିକତା କୁ ଦେଇ  ସଟ୍ ଡାଉନ କରିବା ନିମନ୍ତେ ବଡଯୋରଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରସ୍ଵତୀ ସାହୁଙ୍କ ଦ୍ଵାରା ନିର୍ଦେଶ  ଜାରି କରାଯାଇଛି।

ଏହି ସମୟ ମଧ୍ୟରେ ପ୍ରମୁଖ ରାସ୍ତା ସିଲ୍ କରାଯିବ ଓ ଲୋକମାନଙ୍କର ଯିବାଆସିବା ରେ ରୋକ ଲଗାଯିବ। ସରକାର ଙ୍କ ଦ୍ଵାରା ଜାରୀ କରାଯାଇଥିବା ସଟ୍ ଡାଉନ ନିୟମ ଲାଗୁହେବ। ଜନସାଧାରଣ ସହଯୋଗ କରିବାପାଇଁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଆଜି ତାଳଚେର ବ୍ଲକ୍ ଅଞ୍ଚଳର ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣକ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କର ବୟସ ୫୨ ଓ ୨୨ ବର୍ଷ ହୋଇଥିବାବେଳେ ମହିଳା ଜଣକର ବୟସ ୪୬ ବର୍ଷ ଯେଉଁମାନେ ଗଞ୍ଜାମରୁ ଫେରି ହୋମ କ୍ୟାରାଣ୍ଟାଇନ ରେ ଥିଲେ। ସେହିପରି ହୋମ କ୍ୟାରାଣ୍ଟାଇନ ରେ ଥିବା ଜଣେ ୬୫ ବର୍ଷିୟା ମହିଳା ଓ ଜଣେ ୨୪ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜଣେ ୩୨ ବର୍ଷୀୟା ମହିଳା ଓ ଅନ୍ୟ ଏକ ପରିବାରର ଜଣେ ୨୬ ବର୍ଷୀୟା ମହିଳା ଓ ଜଣେ ୮ ବର୍ଷର ବାଳକ ବିହାରରୁ ଫେରି ପଜିଟିଭ ଚିହ୍ନଟ ହୋଇଛନ୍ତି।

FROM THE WEB

Share this: