Puri Srimandir: ଶ୍ରୀମନ୍ଦିରରେ ଏଏସ୍‍ଆଇ ବିଶେଷଜ୍ଞ ଟିମ୍‍, ଅନୁଧ୍ୟାନ ଜାରି

Share this:

ପୁରୀ: Puri Srimandir ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଫାଟର ଅନୁଧ୍ୟାନ ପାଇଁ ଏଏସ୍‍ଆଇ ବିଶେଷଜ୍ଞ ଟିମ୍‍ ଆସି ପହଁଚିଛନ୍ତି। ଏଏସଆଇ ଟିମ୍ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି। ଆଜି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି।

ସୂଚନାଅନୁସାରେ ଏଏସ୍‍ଆଇ ଅତିରିକ୍ତ ଡିଜିଙ୍କ ତତ୍ତ୍ୱାବଧାନରେ ଏହି ଉଚ୍ଚସ୍ତରୀୟ ବୈଷୟିକ ଦଳ ନାଟମଣ୍ଡପରେ ଥିବା ଫାଟର ବିପଦ ପରଖିବା ସହ ମରାମତି ସମ୍ପର୍କରେ ଆଲୋଚନା କରିବେ। ଟିମ୍‍ର ଅନୁଧ୍ୟାନ ସମୟରେ ଏଏସ୍‍ଆଇ, ଶ୍ରୀମନ୍ଦିର ପ୍ରଶାସନ ( Puri Srimandir Administration) ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ଉପସ୍ଥିତ ରହିଛନ୍ତି। ନାଟମଣ୍ଡପ ସହିତ ଗରୁଡସ୍ତମ୍ଭ ଉପର ବିମ୍‍ ରେ ୨୦୧୮ ରେ ହୋଇଥିବା ଫାଟ ସମ୍ପର୍କରେ ମଧ୍ୟ କ୍ରାକ୍‍ ମିଟର ରିଡିଂ ମାଧ୍ୟମରେ ତର୍ଜମା କରାଯିବ। ଏହି ଟିମରେ ଆଇଆଇଟି ମାଡ୍ରାସ୍‍ର ବିଶେଷଜ୍ଞ ଅରୁଣ ମେନନ୍‍ ଏଏସ୍‍ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ୍‍ ଓହାଇକୋର୍ଟ ଆନିକସ୍‍ କ୍ୟୁରୀ ଏନ୍‍.କେ.ମହାନ୍ତି ରହିଛନ୍ତି।

Read Also | Amitabh Bachchan: ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଫଟୋ ବ୍ୟବହାର ଉପରେ ନିଷେଧାଦେଶ

bolt-smart-watch
Share this:

Leave a Reply

Your email address will not be published. Required fields are marked *