Breaking Newsଓଡ଼ିଶା

Liquor and Nonveg Ban at Puri: ପୂରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବ୍ୟାନ

Share this:

ପୂରୀ: Liquor and Nonveg Ban at Bada Danda Puri ପୂରୀ ବଡ଼ଦାଣ୍ଡରେ ଆଉ ମିଳିବନି ମଦ ଓ ଆମିଷ। ଏହାକୁ ସବୁଦିନ ପାଇଁ ବ୍ୟାନ କରାଯାଇଛି। ଏଥି ସହିତ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ଦୁଇ କିଲୋମିଟର ପରିଧିରେ ମଦ ବାର୍‌ ନିଷେଧ ହୋଇଛି। ଏଣିକି ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ। ଏନେଇ ବଡ଼ ସୂଚନା ଦେଇଛନ୍ତି ଓଡ଼ିଶାର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।


ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡ ଆଖପାଖରେ ମଦ ଏବଂ ଆମିଷ ବିକ୍ରି ହେବ ନାହିଁ। ଏଠାରୁ ଦୁଇ କିଲୋମିଟର ଦୂରରେ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଯେହେତୁ ପୁରୀକୁ ବହୁ ସଂଖ୍ୟାରେ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ତେଣୁ ଏଠାରେ ଦିନକୁ ଦିନ ନିଶା କାରବାର ବଢୁଥିବାବେଳେ ଅପରାଧିକ ମାମଲା ବଢିଚାଲିଛି।

ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମର ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଆଯାଇଛି।

You May Like

Liquor and Nonveg Ban at Puri: ପୂରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବ୍ୟାନ

Share this: