Russia Ukraine War Live News: ୟୁକ୍ରେନରେ ବିଲ୍ଡିଂ ଉପରେ କ୍ଷେପଣାସ୍ତ୍ର ମାଡ଼, ଆଖି ପିଛୁଳାକେ ଧ୍ୱଂସ

Share this:

କ୍ଵିଭ: Russia Ukraine War Live ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ଆକ୍ରମଣ ତୀବ୍ର ହୋଇଛି। ଉଭୟ ଦେଶର ସୈନ୍ୟ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ ଚହଲାଇ ଦେବ। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ମଙ୍ଗଳବାର ଦିନ ପ୍ରଶାସନ ଭବନରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଭିଡିଓରେ, ବିସ୍ଫୋରଣ ପରେ ବିଲ୍ଡିଂରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି।  ଖାର୍କିଭରେ ହୋଇଥିବା ବିସ୍ଫୋରଣରେ ଶିଶୁ ସମେତ ଅତି କମରେ ୬ଜଣ ଆହତ ହୋଇଛନ୍ତି ବୋଲି ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବା ମଙ୍ଗଳବାର ଦିନ ଏକ ଟେଲିଗ୍ରାମ ପୋଷ୍ଟରେ ଏହା କହିଛି।

ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁକ୍ରେନ ସରକାରୀ ଅଧିକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଘଟଣାର ଭିଡିଓ ଅନୁଯାୟୀ ଏହି ବିସ୍ଫୋରଣରେ ଏକ ସରକାରୀ କୋଠା ନଷ୍ଟ ହୋଇଯାଇଛି। ଏହି କ୍ଲିପ୍ ସ୍ଥାନୀୟ ସମୟ ମଙ୍ଗଳବାର ସକାଳେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହା ବ୍ୟତୀତ ସୋମବାର ଖାର୍କିଭସ୍ଥିତ ଆବାସିକ ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।

ରାଜ୍ୟପାଳଙ୍କ କହିବାନୁସାରେ, ସୋମବାର ୟୁକ୍ରେନ ସହରର ଖାର୍କିଭ ସହରରେ ରୁଷର ଗୁଳିରେ ଅତି କମରେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ବିଳମ୍ବିତ ରାତିରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିତ ଜାତିସଂଘ ଅନୁଯାୟୀ, ଗତ ସପ୍ତାହରେ ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଅତି କମରେ ୧୦୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମିଳିତ ଜାତିସଂଘ କହିଛି ଯେ ଏହା ସ୍ପଷ୍ଟ କାରଣ ରହିଛି ଯେ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତି ୫ ଲକ୍ଷ ୟୁକ୍ରେନବାସୀଙ୍କୁ ନିଜ ଘର ତଥା ଦେଶ ଛାଡି ପଳାଇବାକୁ ବାଧ୍ୟ କରିଛି।

Read Also | Covid Guidelines March: ସର୍ବସାଧାରଣ ସ୍ଥାନରେ ହୋଲି ବନ୍ଦ; ମାର୍ଚ୍ଚ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି

Share this: