Vigilance: ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

Share this:

ତାଳ‌ଚେର: ରାଜ୍ୟରେ ଲଗାତାର ଚାଲିଛି ଭିଜିଲାନ୍ସ ଚଢଉ। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଳଚେର (Talcher) ଗ୍ରାମ୍ୟ ଉନ୍ନୟନ ବିଭାଗ (RD) ର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ (Chandrmani Sahoo) ଙ୍କ ଘରେ ଏବଂ ଅଫିସରେ ଚଢଉ କରିଛି। ସୂଚନାଅନୁସାରେ ଏହି କଟକ (Cuttack) ଏବଂ ଢେଙ୍କାନାଳ (Dhenkanal) ଭିଜିଲାନ୍ସ (Vigilance) ବିଭାଗର ମିଳିତ ଉଦ୍ୟମରେ ହୋଇଛି। ଏହି ଚଢଉରେ ୪୧ ଜଣ ବିଭାଗୀୟ ଅଧିକାରୀ ଶ୍ରୀ ସାହୁଙ୍କର ନିଜସ୍ୱ ଘର, ଶ୍ୱଶୁର ଘର ଏବଂ ତାଙ୍କ କାର୍ଯ୍ୟାଳୟ ଆଦି ୬ଟି ସ୍ଥାନରେ ଏକକାଳୀନ ଚଢଉ କରି ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି।

ଶ୍ରୀ ସାହୁଙ୍କ ନାମରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ବିଭାଗରେ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଗତ ୧୭ ତାରିଖରେ ମିସ୍ କେସ୍ ନମ୍ବର ୨/୨୦ରେ ଏକ ସର୍ଚ୍ଚ ୱାରେଣ୍ଟ (Search Warrant) ଜାରି କରିଥିଲେ। ଗତକାଲି ସକାଳୁ ସକାଳୁ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ମିଳିତ ଉଦ୍ୟମରେ ୬ଟି ସ୍ଥାନରେ ଚଢଉ କରିଥିଲେ। ଢେଙ୍କାନାଳ ସହରର ଟାଉନ୍ ପ୍ଲାନିଂ ସ୍ଥିତ ତାଙ୍କ ନିଜ ବାସଭବନ ଏବଂ ଷ୍ଟେସନରୋଡ୍ ସ୍ଥିତ ଘର, ଶ୍ୱଶୁର ଘର, ପୈତୃକ ଗ୍ରାମ, ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟ, ଖମାରସ୍ଥିତ ତାଙ୍କ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢଉ କରାଯାଇଥିଲା। ଚଢଉ ବେଳେ ପ୍ରାୟ ୨କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ କରାଯାଇଛି। ସେହିପରି ତାଳଚେରସ୍ଥିତ ସରକାରୀ ବାସଭବନରେ ଆଜି ସକାଳ ପ୍ରାୟ ୭ଟାରେ ଭିଜିଲାନ୍‌ସ ଚଢ଼ଉ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସାହୁ ଖମାର କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

Also Read | Pfizer Vaccine: ଫାଇଜର କରୋନା ଟିକା 95% ପର୍ଯ୍ୟନ୍ତ ପ୍ରଭାବଶାଳୀ, ଚଳିତ ବର୍ଷ ୫ କୋଟି ଡୋଜ ହେବ ପ୍ରସ୍ତୁତ

[amazon_auto_links id=”9932″]

Share this: