Matric Examination 2021: ଆସନ୍ତା ମ୍ୟାଟ୍ରିକ୍‍ ଓ +୨ ବୋର୍ଡ ପରୀକ୍ଷା ବିଳମ୍ବ ହୋଇପାରେ

Share this:

ଭୁବନେଶ୍ୱର: ଚଳିତ ବର୍ଷ ମ୍ୟାଟ୍ରିକ୍‍ (Matriculation) ଓ +୨ (+2) ପରୀକ୍ଷା ବିଳମ୍ବ ହୋଇପାରେ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଫେବୃୟାରୀରେ ମ୍ୟାଟ୍ରିକ୍‍ ପରୀକ୍ଷା ଓ ମାର୍ଚ୍ଚରେ +୨ ପରୀକ୍ଷା ହେବା କଥା। କିନ୍ତୁ ସର୍ବନିମ୍ନ ୩ ମାସ ପାଠ ପଢ଼ା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ଚିନ୍ତା କରାଯାଉଥିବା ସେ ସୂଚନା ଦେଇଛନ୍ତି। ଚଳିତ ବର୍ଷ କରୋନା କଟକଣା ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖାଯାଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ୍‍ ରଖାଯାଇଛି। ଇତିମଧ୍ୟରେ ମ୍ୟାଟ୍ରିକ ଫର୍ମ ପୂରଣ ମଧ୍ୟ ସ୍ଥଗିତ ରଖାଯାଇଛି।

Also Read | Board 10th 12th Exam 2021: ଏହି ରାଜ୍ୟରେ ଦଶମ, +୨ ବୋର୍ଡ ପରୀକ୍ଷା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ, CBSE ନିଷ୍ପତି ଉପରେ ନଜର

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *