Weather Report: ରାଜ୍ୟରେ ହେବ ୨ ଦିନ ଘନ କୁହୁଡି; ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଅଧିକ ପ୍ରଭାବ

Share this:

ଭୁବନେଶ୍ୱର: ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଇତିମଧ୍ୟରେ ଶୀତ ବଢ଼ିବାରେ ଲାଗିଛି। ସର୍ବନିମ୍ନ ତାପମାତ୍ରା କୋରାପୁଟ୍‍ଠାରେ ୧୪ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି।

ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପରିଲକ୍ଷିତ ହେଲାଣି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ। କୁହୁଡ଼ିର ସାନ୍ଦ୍ରତା ବହୁତ ଅଧିକ ରହିବ। ଗାଡ଼ି ଚଳାଚଳରେ ବିଶେଷ ସାବଧାନତା ଅବଲମ୍ବନ ପାଇଁ ସତର୍କ କରାଇ ଦେଇଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ଦୁଇ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ ମୟୁରଭଞ୍ଜରେ ଘନକୁହୁଡ଼ି ହେବା ସହ ପାଗ ଶୁଖିଲା ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି କଟକ, ଜଗତସିଂହପୁର, ଅନୁଗୁଳ ଓ ଖୋର୍ଧା ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ହାଲ୍‌କାରୁ ମଧ୍ୟମ ଘନତାର କୁହୁଡ଼ି ପଡ଼ିଥିବା ରେକର୍ଡ ହୋଇଛି।

Also Read | Board 10th 12th Exam 2021: ଏହି ରାଜ୍ୟରେ ଦଶମ, +୨ ବୋର୍ଡ ପରୀକ୍ଷା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ, CBSE ନିଷ୍ପତି ଉପରେ ନଜର

[amazon_auto_links id=”10086″]

Share this:

Leave a Reply

Your email address will not be published. Required fields are marked *